Below header

ନୌସେନାର ନୂଆ ମୁଖ୍ୟ ହେଲେ ଆଡମିରାଲ କରମ୍‌ବୀର ସିଂହ

କେନ୍ୟୁଜ୍ : ନୌସେନାର ନୂଆ ମୁଖ୍ୟ ହେଲେ ଆଡମିରାଲ କରମ୍‌ବୀର ସିଂହ । ୨୪ ତମ ନୌସେନା ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୌସେନା ମୁଖ୍ୟ ଥିବା ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ସୁନୀଲ ଲାମ୍ବା ଆଡମିରାଲ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଦାୟିତ୍ୱ ନେବା ପରେ ଆଡମିରାଲ ସିଂହ କହିଛନ୍ତି, ନୌସନା ପାଖରେ ଏକ ଠୋସ୍‌ ଆଧାର ରହିଛି, ଏହା ଏକ ନୂତନ ସ୍ତରରେ ପହଞ୍ଚିଛି । ଏହି ପ୍ରୟାସକୁ ଜାରି ରଖିବେ ବୋଲି କହିଛନ୍ତି କରମ୍‌ବୀର ସିଂହ । ପଞ୍ଜାବର ଖଡକ୍ୱାସାଲା ନେସନାଲ ଡିଫେନ୍ସ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ ୧୯୮୦ରେ ସେ ନୌସେନାରେ ଯୋଗଦେଇଥିଲେ । ନିଜ ଚାକିରି କାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.