Below header

ଜୁଲାଇ ଅଗଷ୍ଟରେ ଜେଇଇ ମେନ୍‌, ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ଅଗଷ୍ଟରେ ଜେଇଇ ମେନ୍‌ । ଜୁଲାଇ ୨୦ ରୁ ୨୫ ପର୍ଯ୍ୟନ୍ତ ଜେଇଇ ମେନ୍‌ ତୃତୀୟ ସେସନ୍‌ ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଚତୁର୍ଥ ସେସନ୍‌ ହେବ । ଜୁଲାଇ ୨୭ ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରି ନାହାନ୍ତି ସେମାନେ ଏବେ ଆବେଦନ କରିପାରିବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।

ଆଜି ରାତିରୁ ଜୁଲାଇ ୮ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରିବ ଏନଟିଏ। ଜୁଲାଇ ୯ ରୁ ୧୨ ପର୍ଯ୍ୟନ୍ତ ଆଶାୟୀମାନେ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ପ୍ରକ୍ରିୟା ବେଳେ ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳାଇପାରିବେ। ଗତ ଏପ୍ରିଲ-ମେ ରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାକୁ କରୋନା ମହାମାରୀ ସ୍ଥିତି ପାଇଁ ସ୍ଥଗିତ ରଖିଥିଲା ଏନଟିଏ । ପ୍ରଥମ ଦୁଇଟି ସେସନ୍‌ ଫେବ୍ରୁଆରୀ ମାର୍ଚ୍ଚରେ ହୋଇଥିଲା । ପ୍ରଥମ ସେସନ୍‌ରେ ୬ ଲକ୍ଷରୁ ଅଧିକ ଓ ଦ୍ୱିତୀୟ ସେସନ୍‌ରେ ୫ ଲକ୍ଷରୁ ଅଧିକ ଆଶାୟୀ ପରୀକ୍ଷା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.