Below header

ରାଜ୍ୟରେ ଦ୍ୱିଗୁଣିତ ହେବ ଷ୍ଟିଲ୍‌ ଉତ୍ପାଦନ କ୍ଷମତା, ୫ଟି ମେଗା ପ୍ରକଳ୍ପକୁ HLCAର ମିଳିଛି ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ):  ଷ୍ଟିଲ୍‌ ହବ ପାଲଟିବ ଓଡ଼ିଶା । ରାଜ୍ୟରେ ଦ୍ୱିଗୁଣିତ ହେବ ଷ୍ଟିଲ୍‌ ଉତ୍ପାଦନ କ୍ଷମତାା ୫ଟି ମେଗା ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ କ୍ଲିୟରେନ୍ସ ଅଥରିଟି ବା HLCAର ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ୧ଲକ୍ଷ ୪୬ ହଜାର ୧୭୨ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ଫଳରେ ରାଜ୍ୟର ୨୬ ହଜାର ୯୫୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ସବୁ ପ୍ରକଳ୍ପ ଦ୍ୱାରା ୨୮ ମିଲିୟନ ଟନ ଅଧିକ ଷ୍ଟିଲ ଉତ୍ପାଦନ ହେବ । ବର୍ତ୍ତମାନ ଉତ୍ପାଦନ କ୍ଷମତା ରହିଛି ୩୦ ମିଲିଅନ ଟନ୍‌। ଅର୍ଥାତ ନୂଆ ନିବେଶ ପରେ ଦ୍ୱିଗୁଣିତ ହେବ ଷ୍ଟିଲ ଉତ୍ପାଦନ। ୨୦୩୦ ସୁଦ୍ଧା ରାଜ୍ୟରେ ଷ୍ଟିଲ ଉତ୍ପାଦନ ଲକ୍ଷ ୧୦୦ ମିଲିଅନ ଟନ୍‌ ରହିଛି।

ଆଜି ଯେଉଁ ପ୍ରକଳ୍ପକୁ ମଂଜୁରୀ ମିଳିଛି, ସେଥିରେ ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାୱାଲ ଆଣ୍ଡ ଷ୍ଟିଲ ଲିମିଟେଡ୍‌ ସମ୍ପ୍ରସାରଣ ପାଇଁ ୫୫ ହଜାର କୋଟି ଟଙ୍କା ନିବେଶ କରିବ। ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୫ MMTAରୁ ୧୫ MMTAକୁ ବୃଦ୍ଧି ପାଇବ। ସେହିପରି କଳିଙ୍ଗ ନଗରରେ ଟାଟା ଷ୍ଟିଲ ଲିମିଟେଡ୍‌ ତାର ସମ୍ପ୍ରସାରଣ ପାଇଁ ନିବେଶ କରିବ ୪୭ ହଜାର ୫୯୯ କୋଟି ଟଙ୍କା। ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ର ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ଏଥିରେ ନିବେଶ ହେବ ୨୪ ହଜାର ୬୫୨ କୋଟି ଟଙ୍କା। ଏହି ନିବେଶ ପରେ କମ୍ପାନୀର ମୋଟ ନିବେଶ ପରିମାଣ ୧ ଲକ୍ଷ ୬୭୦ କୋଟି ଟଙ୍କା। ଉତ୍ପାଦନ କ୍ଷମତା ୨୫.୨MTPAକୁ ବୃଦ୍ଧି ପାଇବ। ଏହାସହ ବିଶ୍ୱରେ ଗୋଟିଏ ସ୍ଥାନରୁ ସବୁଠାରୁ ଅଧିକ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ହେବ ଜିନ୍ଦଲ ଷ୍ଟିଲ।

କେନ୍ଦୁଝରରେ ୩ ମେଟ୍ରିନ୍‌ ଟନ୍‌ କ୍ଷମତାର ପ୍ରଥମ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି । କେନ୍ଦୁଝର ରୁଙ୍ଗଟା ମାଇନସ ଲିମିଟେଡ୍‌ ଷ୍ଟିଲର ଉତ୍ପାଦନ କ୍ଷମତା ବଢିବ । ନିବେଶ ହେବ ୭ ହଜାର ୯୨୦ କୋଟି । ସେହିପରି ଢେଙ୍କାନାଳରେ ରୁଙ୍ଗଟା ମାଇନସ ଷ୍ଟିଲର ସଂପ୍ରସାରଣ ହେବ। ନିବେଶ ହେବ ୧୧ ହଜାର ୧ କୋଟି ଟଙ୍କା। କରୋନା ମହାମାରୀ ବେଳେ ଦେଶରେ ଶିଳ୍ପ କ୍ଷେତ୍ରରେ ସର୍ବାଧିକ ନିବେଶ ଓଡ଼ିଶାରେ ହୋଇଛି । ୨୦୨୦-୨୧ରେ ୨ ଲକ୍ଷ ୯୬ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.