Below header

ଯାଜପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା: ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ଯାଜପୁର ରୋଡ଼(କେନ୍ୟୁଜ୍) : କୋରେଇ ଥାନା ମୁକୁନ୍ଦପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା l ଘଟଣାରେ ସଂପୃକ୍ତ ଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କଲା କୋରେଇ ପୋଲିସ। ସାଙ୍ଗରେ ମାଛ ଧରିବାକୁ ନେଇ ସେହି ଗ୍ରାମର ଶାନ୍ତନୁ ଖଟୁଆ ନାମକ ଯୁବକ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି।  ହତ୍ୟାକାରୀ ମୁକୁନ୍ଦପୁର ଗ୍ରାମର ହେମନ୍ତ ଖଟୁଆ ଗତ ୨ ତାରିଖ ଦିନ ଗାଁ ପାଖ ବୈତରଣୀ କୂଳରେ ଥିବା ଏକ ନାଳକୁ ମାଛ ଧରିବାକୁ ସାଙ୍ଗରେ ସେହି ଗ୍ରାମର ବସୁଦେବ ଦାସଙ୍କ ପୁଅ ତ୍ରିଲୋଚନକୁ ନେଇ ଯାଇଥିଲା।

ନିଛାଟିଆ ଓ ଏକାନ୍ତ ସ୍ଥାନ ଦେଖି ସେ ନା ବାଳକଟି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଆରମ୍ଭ କରିଥିଲା। ଏହାକୁ ବିରୋଧ କରି ପରିବାର ଲୋକଙ୍କୁ ସତ କହିଦେବ ବୋଲି ନାବାଳକ କହିବାରୁ ସେହିଠାରେ ନାବାଳକକୁ  ନିର୍ମମ ହତ୍ୟା କରିଥିଲା ଅଭିଯୁକ୍ତ । ପରେ ଭେଇ ନାଳରେ ବୁଲୁକୁ ଫିଙ୍ଗି ଦେଇ ଆସିଥିଲା ଅଭିଯୁକ୍ତ ହେମନ୍ତ। ପର ଦିନ ସକାଳେ ଗାଁ ନାଳରେ ଭାସମାନ ଅବସ୍ଥାରେ ବୁଲୁର ମୃତଦେହ ଉଦ୍ଧାର ହୋଇଥିଲା। କୋରେଇ ପୋଲିସ ଏକ ଅପହରଣ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅପରାଧୀ ହେମନ୍ତ ପାଖରେ ପହଂଚିଥିଲା। ଆଜି ଅଭିଯୁକ୍ତକୁ ଯାଜପୁର ଟାଉନ ଏଡିଜେ କୋର୍ଟରେ ହାଜର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.