Below header

ଡିପ୍ରେସନ୍ ଶିକାର ଜେଟ ଏୟାରୱେଜର କର୍ମଚାରୀ ଛାତରୁ ଡେଇଁ ଦେଲେ ଜୀବନ

ଚିକିତ୍ସା ପାଇଁ ଅର୍ଥ ଅଭାବରୁ ନେଲେ ଏପରି ଚରମ ପଦକ୍ଷେପ

ମୁମ୍ବାଇ : ଜେଟ ଏୟାରୱେଜର ଜଣେ ବରିଷ୍ଠ ଟେକ୍ନିସିୟାନ ମହାରାଷ୍ଟ୍ର ପାଲଘରରେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। କର୍ମଚାରୀ ଜଣଙ୍କ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଛି। ଘଟଣା ବିଷୟରେ ଶନିବାର ଦିନ ମିଡିଆକୁ ସୂଚନା ଦେଇଛି ପୋଲିସ। ସୂଚନା ଅନୁଯାୟୀ, ଜେଟ ଏୟାରୱେଜର କର୍ମଚାରୀ ଶୈଲେଶ ସିଂ ଶୁକ୍ରବାର ଦିନ ନିଜ ବିଲ୍ଡିଂର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

jet employ

ଜେଟ ଏୟାରଓେ୍ବଜର ଷ୍ଟାପ୍ ଏଣ୍ଡ ଏମ୍ପପ୍ଳଇଜ୍ ଆସୋସିଏସନ୍ କହିଛନ୍ତି, “ସିଂ ଖୁବ ଦିନ ହେବ ଆର୍ଥିକ ସଙ୍କଟରୁ ଗତି କରୁଥିଲେ। କାହିଁକି କମ୍ପାନୀର ଆର୍ଥିକ ପରିସ୍ଥିତି ଠିକ୍ ରହିନଥିବାରୁ ଅନେକ କର୍ମଚାରୀଙ୍କୁ ବିଗତ କିଛି ମାସ ହେଲା ଦରମା ମିଳିନଥିଲା। ଏମିତିରେ ସେ କ୍ୟାନ୍ସରଗସ୍ତ ଥିବା ବେଳେ ତାଙ୍କର କିମୋଥେରାପି ଚାଲିଥିଲା। କମ୍ପାନୀ ବନ୍ଦ ହେବାରୁ ସେ ଆର୍ଥିକ ଏବଂ ମାନସୀକ ଉତ୍ପୀଡ଼ନାରୁ ଗତି କରୁଥିଲେ। ଯାହାଫଳରେ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି”। ସିଂଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ଦୁଇଟି ଝିଅ ଏବଂ ଦୁଇଟି ପୁଅ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.