Below header

ଛେଳି ମୁଣ୍ଡ ସାଙ୍ଗରେ କଟିଲା ଭାଇର ମୁଣ୍ଡ, ପଢ଼ନ୍ତୁ ପୂରା ଘଟଣା

ସୁନ୍ଦରଗଡ(କେନ୍ୟୁଜ୍) : ଗତକାଲି ସଂଧ୍ୟା ସମୟରେ ସୁନ୍ଦରଗଡ ଜିଲ୍ଲାର ବରକାନି ଗାଁରେ ଏକ ବାହାଘର ଭୋଜିର ପ୍ରସ୍ତୁତି ହେଉଥିଲା। ଏହି ସମୟରେ ଗୋଟିଏ ଛେଳି ମୁଣ୍ଡ ପାଇଁ ବଡ ଭାଇସାନ ଭାଇର ବେକ ହାଣି ଦେଇଛି।

ଘଟଣାଅନୁଯାୟୀ, ଭୋଜି ପାଇଁ ଛେଳି କଟା ହେଉଥିବା ବେଳେ ଛେଳି ମୁଣ୍ଡ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏଥିରେ ସାନ ଭାଇ ସମା ଏକ୍କା ଉତ୍ୟକ୍ତ ହୋଇ ବଡ଼ ଭାଇ କକା ଏକ୍କାକୁ କଟୁରୀରେ ଆକ୍ରମଣ କରିଥିଲା। କିନ୍ତୁ ବଡ଼ ଭାଇ ସାନ ଭାଇ ସମା ଏକ୍କା ହାତରୁ କଟୁରୀ ଛଡ଼ାଇ ନେଇ ସାନ ଭାଇର ବେକରେ ଚୋଟ ମାରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପୋଲିସର କହିବାନୁଯାୟୀ, ଦୁଇ ଭାଇ ମଦ୍ୟପାନ କରି ମାଂସ ପାଇଁ ଝଗଡ଼ା କରିବା ଯୋଗୁଁ ଘଟିଛି ଏହି ହତ୍ୟାକାଣ୍ଡ । ପୋଲିସ ହତ୍ୟାକାରୀ ବଡ଼ ଭାଇକୁ ଗିରଫ କରିଥିବା ବେଳେ ଏବେ ଘଟଣାର ଅଧତ୍କ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.