Below header

୫୦ ବର୍ଷରୁ ଶୁଖିଲା ପଡିଥିବା କୂଅରେ ରାତାରାତି ଆସିଲା ପାଣି, ନବରାତ୍ରର ଚମତ୍କାର କହି ପୂଜା ପାଠ ଆରମ୍ଭ

ଯେବେ କିଛି ଅସମ୍ଭବ କଥା ସମ୍ଭବ ହୋଇଯାଏ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଥାନ୍ତି । ଏମିତି ଏକ ଚମତ୍କାର ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ଏକ ୫୦ ବର୍ଷର ପୁରୁଣା କୂଅରେ ହଠାତ୍‌ ପାଣି ପୁରି ଉଠିଛି ।

କାନପୁର : ଯେବେ କିଛି ଅସମ୍ଭବ କଥା ସମ୍ଭବ ହୋଇଯାଏ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଥାନ୍ତି । ଏମିତି ଏକ ଚମତ୍କାର ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ଏକ ୫୦ ବର୍ଷର ପୁରୁଣା କୂଅରେ ହଠାତ୍‌ ପାଣି ପୁରି ଉଠିଛି ।

ଲୋକେ ଏହାକୁ ଦେଖି କେବଳ ଯେ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି, ଏଥିପାଇଁ ଭଗବାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ନବରାତ୍ର ସମୟରେ ଏହି ଚମତ୍କାରକୁ ମା’ ଦୁର୍ଗାଙ୍କ ଆଶିର୍ବାଦ ବୋଲି କହିଛନ୍ତି ଅଂଚଳବାସୀ । ଖାଲି ସେତିକି ନୁହେଁ ଏହି ପାଣିରେ ରୋଗ ମଧ୍ୟ ଭଲ ହେଉଛି ବୋଲି ସେଠାକାର ଲୋକେ ଦାବି କରିଛନ୍ତି ।

କାନପୁର ନିକଟ ଘାଟମପୁର ତହସିଲ ଚୋବେପୁର ଗାଁରେ ଦୀର୍ଘ ୫୦ ବର୍ଷ ଧରି ଏକ କୂଅ ଶୁଖିଲା ପଡିଥିଲା । ଫଳରେ ଏହା ପୂର୍ଣ୍ଣ ଭାବେ ଅଦରକାରୀ ହୋଇ ପଡିଥିଲା । ଆଖପାଖର ଲୋକେ ଏଥିରେ ଆବର୍ଜନା ପକାଉଥିଲେ ।

ହେଲେ ହଠାତ୍‌ ଏଥିରେ ପାଣି ଆସିବାର ଦେଖାଯାଇଥିଲା । ଲୋକେ ଏବେ ଏହି ପାଣିକୁ ବ୍ୟବହାର କରୁଛନ୍ତି । କୂଅର ଆଖପାଖ ସଫା କରି ଏଠାରେ ପୂଜାପାଠ କରିବା ଦେଖାଯାଇଛି । ଲୋକେ ଏହାକୁ ମା’ ଦୂର୍ଗାଙ୍କର ଆଶିର୍ବାଦ ବୋଲି କହୁଛନ୍ତି । ଏବେ ଏହି ପାଣିକୁ ଲୋକେ ଘରର ସୁଖ ଶାନ୍ତି ପାଇଁ ନେଇ ଯାଉଛନ୍ତି । କେହି କେହି ଏଠାରେ ନବରାତ୍ରି ଅବସରରେ ମୁଣ୍ଡନ କରିବାକୁ ମଧ୍ୟ ଆସୁଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.