Below header

କିଏ ଜିିତିବ କର୍ଣ୍ଣାଟକ ଉପନିର୍ବାଚନ ? ରାଜ୍ୟର ତିନି ଲୋକସଭା ଓ ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ଜାରି

କର୍ଣ୍ଣାଟକ(କେନ୍ଯୁଜ୍) : କିଏ ଜିିତିବ କର୍ଣ୍ଣାଟକ ଉପନିର୍ବାଚନ ? ରାଜ୍ୟର ତିନି ଲୋକସଭା ଓ ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ବେଲାରି , ସିବମୋଗା ଓ ମାଣ୍ଡ୍ୟା ଲୋକସଭା ଆସନ ଏବଂ ରାମନଗରମ ଓ ଜାମଖଣ୍ଡି ବିଧାନସଭା ପାଇଁ ମତଗଣନା ଚାଲିଛି । ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ବିଜେପି ପଛୁଆ ରହିଛି । ବେଲାରି ଲୋକସଭା ଆସନ ଓ ରାମନଗରମ ଓ ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସ ଆଗୁଆ ରହିଛି । ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ-ଜେଡିଏସ ମେଣ୍ଟ ପାଇଁ ନିର୍ବାଚନ ଫଳାଫଳ ଗୁୁରୁତ୍ୱ ରହିଛି । ଉପନିର୍ବାଚନର ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନ ଉପରେ ପଡିବ ବୋଲି ରାଜନୈତିକ ପଣ୍ଡିତ ମାନେ ପୂର୍ବାନୁମାନ କରିଛନ୍ତି ।

KARNATAKA_BY_ELECTION_2ଗତ ବିଧାନସଭା ନିର୍ବାଚନରେ ଶିକାରୀପୁରା ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ରାଜ୍ୟ ବିଜେପି ସଭାପିତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ.ୟେଦ୍ୟୁରପ୍ପା ସିମୋଗା ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ । ସେହିପରି ମୋଲକାଲମୁରୁ ବିଧାନଭସାରୁ ନିର୍ବାଚିତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ବି.ଶ୍ରୀରାମୁଲୁ ବଲ୍ଲାରୀ ଆସନ ଛାଡିଥିଲେ । ଅନ୍ୟପଟେ ଧର୍ମନିରେପେକ୍ଷ ଜନତାଦଳ ବିଧାୟକ ଭାବେ ମେଲକଟ ବିଧାୟକ ଭାବେ ବିଜୟୀ ହେବା ପରେ ସିଏସ୍‌ ପୁଟୁରାଜୁ ମାଣ୍ଡ୍ୟା ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି । ସେହିପରି ଦୁଇଟି ବିଧାନସଭା ଆସନରୁ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଏଚଡି.କୁମାରସ୍ୱାମୀ ରାମନଗର ଆସନରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ ସଡକ ଦୁର୍ଘଟଣାରେ ସିଦୁ ନୟମଗୌଡଙ୍କ ମୃତ୍ୟୁ ପରେ ଜାମଖଣ୍ଡି ଆସନରେ ଉପନିର୍ବାଚନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.