ଚାଷୀଙ୍କୁ କନ୍ଦାଉଛି ଚକଡା ପୋକ, ଏକର ଏକର ଜମିରେ ଏବେ ଧାନ ଫସଲ ନଷ୍ଟ

ମୟୁରଭଞ୍ଜ(କେନ୍ଯୁଜ୍) : ଚାଷୀଙ୍କୁ କନ୍ଦାଉଛି ଚକଡା ପୋକ । ଏକର ଏକର ଜମିରେ ଏବେ ଧାନ ଫସଲ ନଷ୍ଟ ହେଉଛି । ଫଳରେ ଚିନ୍ତାରେ ପଡିଛନ୍ତି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତର ଚାଷୀ । ପୋକ ଲାଗି ଧାନ ଗଛ ମୂଳ ପଚିଯାଉଛି । ଜଣେ କି ଦୁଇ ଜଣ ନୁହଁ ପଞ୍ଚାୟତର ୬୦ ପ୍ରତିଶତ ଚାଷ ପ୍ରଭାବିତ ହୋଇଛି । ଅଦିନିଆ ବର୍ଷା ପରେ ତିତଲି ପ୍ରଭାବରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି । ଏପଟେ ଅଭିଯୋଗ ପରେ ବି କୃଷି ଓ ରାଜସ୍ୱ ବିଭାଗ ନୀରବ ରହିଛି । ଗୋପବନ୍ଧୁନଗର ତହସିଲ ସୁପରଭାଇଜରଙ୍କ ପାଖରେ ଖବର ବି ନାହିଁ । ରୋଗ ପୋକ ନଷ୍ଟ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଔଷଧ ମଧ୍ୟ ଦିଆଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.