ଆଗକୁ ପାଞ୍ଚ ଦିନ ପାଇଁ ବନ୍ଦ ହେବାକୁ ଯାଉଛି ବ୍ଯାଙ୍କ , ଶୀଘ୍ର ଶେଷ କରନ୍ତୁ ସ୍ତଗିତ କାମ

ନୂଆଦିଲ୍ଲୀ : ଯଦି ବ୍ଯାଙ୍କରେ କିଛି ଆପଣଙ୍କର କାମ ରହିଛି ତେବେ ଆଜି ହିଁ ତାହାକୁ ଶେଷ କରନ୍ତୁ। କାରଣ ବୁଧବାର ଠୁ ଆରମ୍ଭ କରି ପାଞ୍ଚ ଦିନ ପର୍ଯ୍ଯନ୍ତ ସମସ୍ତ ବ୍ଯାଙ୍କ କର୍ମଚାରୀଙ୍କ ଛୁଟି। ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ଯାଙ୍କ ୟୁନିୟନ୍ସର ପ୍ରବକ୍ତା ଅନିଲ ତିୱାରି କହିଛନ୍ତି ,ବ୍ଯାଙ୍କ କର୍ମଚାରୀଙ୍କର ଏକା ସାଙ୍ଗରେ ୫ ଦିନ ଛୁଟି ପଡ଼ୁଛି। କାରଣ ନଭେମ୍ବର ୭ରେ ଦୀପାବଳି, ୮ ତାରିଖରେ ଗୋବରଧନ ପୂଜା, ୯ ତାରିଖରେ ଭାଇଦୂଜର ଛୁଟି ରହିଛି ।

ଏଥିସହ ୧୦ ତାରିଖରେ ଦ୍ବିତୀୟ ଶନିବାର ଏବଂ ୧୧ରେ ରବିବାରର ଛୁଟି ମଧ୍ୟ ରହିଯାଇଛି। ଏଣୁ ୬ନଭେମ୍ବରରେ ପରେ ସିଧା ୧୨ ନଭେମ୍ବରରେ ହିଁ ସମସ୍ତ ବ୍ଯାଙ୍କ ଖୋଲିବ। ଏଣୁ ଯାହା ମଧ୍ୟ ଆପଣଙ୍କ ସ୍ଥଗିତ କାମ ରହିଛି ତାହାକୁ ଆଜି ସନ୍ଧ୍ଯା ମଧ୍ୟରେ ଶେଷ କରିବାକୁ ପଡ଼ିବ। ତେବେ ଏହି ସମୟରେ ବ୍ଯାଙ୍କ ଗୁଡ଼ିକୁ ଏଟିଏମ୍ ଏବଂ ଅନ୍ଯାନ୍ଯ ମେସନ୍ ଗୁଡ଼ିକରେ ପର୍ଯ୍ଯପ୍ତ ପରିମାଣର ଟଙ୍କା ରଖିବା ପାଇଁ ଆଦେଶ ଦିଆଯାଇଛି।