ଜମ୍ମୁ-କାଶ୍ମୀର ସୋପିଆନରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ

ସୋପିଆନ(କେନ୍ଯୁଜ୍) : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀର ସୋପିଆନରେ ଆଜି ସକାଳୁ ଏନ୍‌କାଉଣ୍ଟର ହୋଇଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରସେନ୍‌। ମୃତ ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ, ଗୁଳି ଓ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। କିଛିଦିନ ତଳେ ମଧ୍ୟ ସୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଲିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେବି ସଂପୃକ୍ତ ନଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି।