Below header

କାବେରୀ ଜଳ ବିବାଦ: ଆଜି କର୍ଣ୍ଣାଟକ ଠପ୍‌; ଜାରି ହେଲା ୧୪୪ ଧାରା

ତାମିଲନାଡ଼ୁକୁ କାବେରୀ ନଦୀର ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ଶୁକ୍ରବାର କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। କନ୍ନଡ଼ ସମର୍ଥକ ଏବଂ ଚାଷୀ ସଙ୍ଗଠନ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ସାଧାରଣ ଜନଜୀବନ ଠପ୍‌ ହୋଇପଡ଼ିଛି।

ତାମିଲନାଡ଼ୁକୁ କାବେରୀ ନଦୀର ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ଶୁକ୍ରବାର କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। କନ୍ନଡ଼ ସମର୍ଥକ ଏବଂ ଚାଷୀ ସଙ୍ଗଠନ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ସାଧାରଣ ଜନଜୀବନ ଠପ୍‌ ହୋଇପଡ଼ିଛି। ଗତ ମଙ୍ଗଳବାର ମଧ୍ୟ ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା।

ମାଣ୍ଡ୍ୟା ଡିସି ଡ. କୁମାର କହିଛନ୍ତି, କାବେରୀ ଜଳ ପ୍ରସଙ୍ଗକୁ ନେଇ କନ୍ନଡ଼ ସମର୍ଥକ, ଚାଷୀ ସଂଘ ଏବଂ ଅନ୍ୟାନ୍ୟ ସଙ୍ଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି, ଯାହାଫଳରେ ଏଠାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

କର୍ଣ୍ଣାଟକ ରକ୍ଷଣ ବେଦିକେ, କନ୍ନଡ଼ ଚଲଭଲି (ଭଟଲ ପକ୍ଷ) ସହ କନ୍ନଡ଼ ଏବଂ ଚାଷୀ ସଙ୍ଗଠନର ଶୀର୍ଷ ସଂସ୍ଥା କନ୍ନଡ଼ ଓକ୍କୁଟା ସମଗ୍ର ରାଜ୍ୟରେ ଶୁକ୍ରବାର ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କର୍ଣ୍ଣାଟକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିବ। ସଙ୍ଗଠନ ତରଫରୁ କୁହାଯାଇଛି ଯେ ସହରରେ ଟାଉନ୍‌ ହଲ୍‌ରୁ ଫ୍ରିଡମ୍‌ ପାର୍କ ପର୍ଯ୍ୟନ୍ତ ବ୍ୟାପକ ଶୋଭାଯାତ୍ରା ବାହାରିବ। ଏଥିରେ ସମସ୍ତ ବର୍ଗର ଲୋକେ ସାମିଲ ହେବାର ସମ୍ଭାବନା ରହିଛି।

କର୍ଣ୍ଣାଟକରେ ବିଜେପି ଓ ଜନତା ଦଳ (ସେକ୍ୟୁଲାର୍‌) ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ହୋଟେଲ, ଅଟୋରିକ୍ସା ଏବଂ କାର୍‌ ଚାଳକ ସଂଘ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି। ତେବେ ରାଜ୍ୟ ପରିବହନ ବିଭାଗ ସରକାରୀ ପରିବହନ ନିଗମକୁ ନିଜ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.