ଅଜଣା ପୋକ କାମୁଡ଼ାର ଶିକାର ହେଲେ ବ୍ୟକ୍ତି, ସ୍କ୍ରବ୍ ଟାଇଫସ ସନ୍ଦେହ

ଅଜଣା ପୋକ କାମୁଡ଼ାର ଶିକାର ହୋଇ ପୁରୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହେଲେ ଯୁବକ। ପୋକ କାମୁଡ଼ାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ଼ର ଅମନ୍ ଦେହେରି।

ପୁରୀ (କେନ୍ୟୁଜ): ଅଜଣା ପୋକ କାମୁଡ଼ାର ଶିକାର ହୋଇ ପୁରୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହେଲେ ଯୁବକ। ପୋକ କାମୁଡ଼ାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ଼ର ଅମନ୍ ଦେହେରି। ଅଜଣା ପୋକଟି ଅମନ୍ ଙ୍କ ନାଭିକୁ କାମୁଡ଼ି ଦେଇଥିବାରୁ ଏକ ବୋତଲରେ ସେ ପୋକଟିକୁ ସାଙ୍ଗରେ ଧରି ହସ୍ପିଟାଲ ଆସିଛନ୍ତି। ତେବେ ଏହି ଅଜଣା ପୋକ କାମୁଡିବା ପରେ ତାଙ୍କୁ ପ୍ରଥମେ ଜ୍ବର ଆସିଥିଲା ଓ ପରେ ସେ ବେହୋସ୍ ମଧ୍ୟ ହୋଇଯାଇଥିଲେ।

ଆଜି ସେ ପୁରୀ ବୁଲିବାକୁ ଆସିଥିବା ବେଳେ ଦେହ ଖରାପ୍ ହେବାରୁ ସାଙ୍ଗମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଚିକିତ୍ସା ପରେ ଅମନ୍ ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଅମନଙ୍କ ଭାଇଙ୍କ କହିବା ନୁଯାୟୀ ସେମାନେ ସାଙ୍ଗ ହୋଇ ବରଗଡ଼ରୁ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ବରରେ ଏକ ରୁମ୍ ରେ ଥିବା ସମୟରେ ପୋକଟି ଅମନ୍ ଙ୍କ ନାଭିକୁ କାମୁଡ଼ି ଦେଇଥିଲା। ସେହି ସମୟରେ ଏକ ବୋତଲ ଭିତରେ ପୋକଟିକୁ ରଖି ଦେଇଥିଲେ ଅମନ୍। ଆଜି ପୁରୀ ବୁଲିବାକୁ ଆସିଥିବା ବେଳେ ଅମନ୍ ର ଦେହ ଖରାପ୍ ହେବାରୁ ଚିକିତ୍ସା ପାଇଁ ତାଙ୍କ ଭାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହା ସ୍କ୍ରବ୍ ଟାଇଫସ ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.