Below header

ପେଟରେ ନାଲିଦାଗ ଦେଖି ଷ୍ଟ୍ରେଚ୍‌ମାର୍କ ଭାବି କରି ଦେଇଥିଲେ ଅବହେଳା, ଶରୀର ସ୍କାନ ହେବାପରେ ରିପୋର୍ଟ ଦେଖି ଉଡ଼ିଗଲା ବ୍ୟକ୍ତିଙ୍କ ହୋସ

ସାଧାରଣତଃ ଆମ ଶରୀରରେ ଥିବା ଛୋଟମୋଟ କ୍ଷତକୁ ବେଳେବେଳେ ଆମେ ଦେଖି ବି ଅଣଦେଖା କରିଦେଇଥାଉ କିନ୍ତୁ ଅନେକ ଥର ଦେଖିବାକୁ ମିଳିଥାଏ ଏହି ଛୋଟ କ୍ଷତ ହିଁ ଶରୀର ପାଇଁ ବଡ଼ ବଡ଼ ବିପଦର କାରଣ ହୋଇଥାଏ । କାରଣ ଏହି ଛୋଟ କ୍ଷତ ମାଧ୍ୟମରେ କିଛି କୀଟ ଆମ ଶରୀର ଭିତରକୁ ପ୍ରବେଶ କରିଯାଇଥାନ୍ତି ଏବଂ ଜୀବିତ ରହିବା ପାଇଁ ସେମାନେ ଆମ ଶରୀର ଉପରେ ନିର୍ଭର କରିଥାନ୍ତି । ସେଥିପାଇଁ ସେମାନେ ଆମ ଶରୀର ଭିତରେ ରହି ଆମ ଶରୀରକୁ ହିଁ ଖାଇ ଯାଇଥାନ୍ତି । କିଛି ଏପରି ଘଟଣା ଘଟିଛି ଅଷ୍ଟ୍ରେଲିଆର ବାସ କରୁଥିବା ଥୋମାସଙ୍କ ସହିତ ।

Image result for शख्स ने पेट पर बने लाल निशान को खुजली समझ कर दिया इग्नोर, लेकिन जब डॉक्टर को दिखाया तो उड़ गए होश

ସୂଚନା ଅନୁଯାୟୀ ୨୪ ବର୍ଷୀୟ ଡାୟଲନ ଥୋମାସଙ୍କ ସହିତ ଘଟିଛି ଏକ ଅଜବ ଘଟଣା । ୨୦୧୬ ମସିହାରେ ସେ ବାଲି ବୁଲିବାକୁ ଯାଇଥିଲେ ଯେଉଁଠାରୁ ଫେରିବା ପରେ ତାଙ୍କ ପେଟରେ ଏକ ଲାଲ ରଙ୍ଗର ଧାର ଦେଖିବାକୁ ମିଳିଥିଲା । ତେବେ ସେତେବେଳେ ତାଙ୍କୁ ଲାଗିଥିଲା ଯେ ଏହା କୌଣସି ପ୍ରକାରର ଇନଫେକ୍ସନ କିମ୍ବା ଷ୍ଟ୍ରେଚ୍‌ମାର୍କ ହୋଇପାରେ । ଯେତେବେଳେ ସେ ଡାକ୍ତରଙ୍କୁ ଦେଖାଇଲେ ତାଙ୍କୁ କୁହାଯାଇଥିଲା ଯେ କୌଣସି ପୋକ କାମୁଡିବା କାରଣରୁ ଏପରି ଘଟିଛି କିନ୍ତୁ ତାପରଠୁ ଦିନକୁ ଦିନ ତାଙ୍କ ପେଟ ଭିତରେ ଯନ୍ତ୍ରଣା ବଢ଼ିବାରେ ଲାଗିଲା ।

Related image

ଯନ୍ତ୍ରଣା ସହିନପାରି ସେ ପୁଣିଥରେ ଡାକ୍ତରଙ୍କ ପାଖକୁ ଯାଇ ପୁରା ଶରୀର ସ୍କାନ କରାଇଥିଲେ । ତେବେ ସ୍କାନ ରିପୋର୍ଟ ଦେଖିବା ପରେ ଡାୟଲନଙ୍କ ହୋସ ଉଡିଯାଇଥିଲା । ରିପୋର୍ଟ ଅନୁଯାୟୀ ତାଙ୍କ ଶରୀର ଭିତରେ ଏକ ବଡ଼ ବୁଢିଆଣୀ ବାସ କରୁଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ଅପରେସନ ସମୟରେ ବୁଢ଼ିଆଣୀଟି ତାଙ୍କ ସ୍କିନ ଭିତରକୁ ଚାଲି ଯାଇଥିଲା । ପରେ ସର୍ଜରୀ ଦ୍ୱାରା ଏହି ବୁଢ଼ିଆଣୀକୁ ତାଙ୍କ ଶରୀର ମଧ୍ୟରୁ ବାହାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.