ଜନ୍ମଦିନରେ ଜାଣନ୍ତୁ ଦିଲୀପ କୁମାରରୁ କାହିଁକି ହେଲେ ଏ ଆର୍‌ ରହମାନ

ଆଜି ଲୋକପ୍ରିୟ ମ୍ୟୁଜିକ୍‌ସିଆନ୍‌ ଏ ଆର୍‌ ରହମାନଙ୍କ ଜନ୍ମଦିନ। ଏ ଆର ରହମାନଙ୍କ ସହ ଜଡିତ ଏକ ଖାସ୍‌ କଥା ହେଉଛି ସେ ନିଜର ନା ପରିବର୍ତ୍ତନ କରିସାରିଛନ୍ତି। ତାଙ୍କର ପୂର୍ବ ନାମ ଦିଲୀପ କୁମାର ଥିଲା। ପଛରେ ସେ ତାଙ୍କ ନା ନପରିବର୍ତ୍ତନ କରି ‘ଆଲ୍ହା ରଖା ରହମାନ’ ରଖିଥିଲେ। ଏହି ବିଷୟରେ ନିଜେ ଏ ଆର୍‌ ରହମାନ ଏକ ସାକ୍ଷା ତକାର ମାଧ୍ୟମରେ ଜଣାଇଛନ୍ତି।

a r rahamanନା ପରିବର୍ତ୍ତନକୁ ନେଇ ଏ ଆର୍‌ ରହମାନ କହିଛନ୍ତି ତାଙ୍କୁ ନିଜର ନାଁ ପସନ୍ଦ ନଥିଲା। ତାଙ୍କର ଏହି ନାଁ ତାଙ୍କ ବ୍ୟକ୍ତିତ୍ୱ ସହ ମିଶୁନଥିଲା ବୋଲି ତାଙ୍କୁ ଲାଗୁଥିଲା। କିନ୍ତୁ ସେ ନିଜ ମନରୁ ନିଜ ନାଁ ପରିବର୍ତ୍ତନ କରିନଥିଲେ। ଏ ଆର୍‌ ରହମାନଙ୍କ କହିବାନୁଯାୟୀ ତାଙ୍କ ମା’ ତାଙ୍କ ଭଉଣୀର ରାଶିଫଳ ଜାଣିବା ପାଇଁ ଜଣେ ଜ୍ୟୋତିଷଙ୍କ ପାଖକୁ ଯାଇଥିଲେ। କାରଣ ସେ ଝିଅର ବିବାହ ପାଇଁ ଖୁବ୍‌ ଆଗ୍ରହ ରଖିଥିଲେ। ଏହା ସେହି ସମୟ ଥିଲା, ଯେଉଁ ସମୟରେ ଏ ଆର୍‌ ରହମାନ ନିଜର ନା ବଦଳାଇବା ପାଇଁ ଚାହୁଁଥିଲେ।

ଜ୍ୟୋତିଷଙ୍କ କହିବାନୁଯାୟୀ ‘ଅବଦୁଲ ରହମାନ’ ବା ‘ଅବଦୁଲ ରହୀମ’ ନା ଏ ଆର୍‌ ରହମାନଙ୍କ ପାଇଁ ଭଲ ରହିବ। ଠିକ୍‌ ସେହି ସମୟରେ ‘ଦିଲୀପ କୁମାର’ ତାଙ୍କର ପୂର୍ବ ନାଁ ପରିବର୍ତ୍ତନ କରି ଏ ଆର୍‌ ରହମାନ ରଖିଥିଲେ।

A-R-Rahman-Wife-saira-banuଏ ଆର୍‌ ରହମାନ ହିନ୍ଦୁ ଧର୍ମରେ ଜନ୍ମ ହୋଇଥିଲେ। କିନ୍ତୁ ସେ ପଛରେ ନିଜର ଧର୍ମ ପରିବର୍ତ୍ତନ କରିଦେଇଥିଲେ। ୧୯୮୬ ମସିହାରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ କାଦରୀ ସାହେବଙ୍କ ସମ୍ପର୍କରେ ଆସିଥିଲେ। ଏହାପରେ ତାଙ୍କୁ ଶୁଫି ସମ୍ପ୍ରଦାୟକୁ ନେଇ ତାଙ୍କ ମନକୁ ଏକ ବିଚାର ଆସିଥିଲା। ଏ ଆର୍‌ ରହମାନଙ୍କ ମା’ ମଧ୍ୟ ଆଧ୍ୟାତ୍ମିକ ରୂପେ ପୀର୍‌ ବାବାଙ୍କର ଅତି ନିକଟତର ଥିଲେ। ପୀର୍‌ ଙ୍କ ପ୍ରଭାବରେ ଆସିବା ପରେ ଏ ଆର୍‌ ରହମାନ ଧର୍ମ ପରିବର୍ତ୍ତନ କରିଥିଲେ। ଏହାକୁ ନେଇ ଏ ଆର୍‌ ରହମାନ କହିଛନ୍ତି ଏଥିପାଇଁ ତାଙ୍କୁ କେବେ ବି କିଏ ବାଧ୍ୟ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.