Below header

ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ଦାଉଦ୍‌ ସହ ହାତ ମିଶାଇଲା ଲସ୍କର ଇ ତୋଇବା, ଗୁଇନ୍ଦା ବିଭାଗ ଦେଲା ତଥ୍ୟ

ଜାମ୍ମୁ ଓ କାଶ୍ମୀର : ପାକିସ୍ଥାନ ସନ୍ତ୍ରାସବାଦୀ ଗ୍ରୁପ୍‌ ଲସ୍କର ଇ ତୋଇବା ଗ୍ୟାଙ୍ଗ୍‌ ଷ୍ଟାର ଦାଉଦ୍‌ ଇବ୍ରାହିମ୍‌ ସହ ମିଶି କାଶ୍କୀର ଓ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଭାରତର ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଗତକାଲି ଦାଉଦ୍‌କୁ ଇସ୍‌ଲାମ୍‌ବାଦ୍‌ ସ୍ଥିତ ଲସ୍କର ଇ ତୋଇବା ଫାର୍ମ ହାଉସ୍‌ରେ ଦେଖିବାକୁ ମିଳିଥିଲା । ଦାଉଦ୍‌ କିଛି ଦିନ ତଳେ ପାକିସ୍ଥାନର ଏକ ଜାସୁସ୍‌ ଟିମ୍‌ ଓ ଆଇଏସ୍‌ଆଇ ସହାୟତାରେ ଲସ୍କର ଇ ତୋଇବା ନେତାଙ୍କ ସହ ଏକ ମିଟିଂରେ ଯୋଗ ଦେବା ପାଇଁ ପାକିସ୍ଥାନ ଆସିଥିଲା ।

ଭାରତ ଯେତେବେଳେ କରୋନା ଭାଇରସ୍‌ ସହ ତାର ଯୁଦ୍ଧ ଜାରି ରଖିଛି, ଏହି ସମୟରେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଦାଉଦ୍‌ ସହ ମିଶି ଲସ୍କର ଇ ତୋଇବା ଆତଙ୍କୀ ହମ୍‌ଲା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ବିଭାଗ କହିଛି ।

କାଶ୍ମୀରରେ ରମଜାନ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ଆତଙ୍କୀ ଆକ୍ରମଣ କରିବାକୁ ଲସ୍କର ଯୋଜନା କରୁଛି ବୋଲି ଗୁଇନ୍ଦା ବିଭାଗ ପ୍ରକାଶ କରିଛି । ଅତୀତରେ ମଧ୍ୟ ଆତଙ୍କବାଦୀମାନେ କାଶ୍ମୀରରେ ଏହି ରମଜାନ୍‌ ମାସକୁ ଆତଙ୍କୀ ଆକ୍ରମଣ ପାଇଁ ବାଛି ଥିଲେ ।

ନିକଟରେ ଟିଆର୍‌ଏଫ୍‌ ନାମରେ ଏକ ନୂଆ ଆତଙ୍କୀ ଗ୍ରୁପ୍‌ କାଶ୍ମୀରରେ ମୁଣ୍ଡ ଟେକିଛି । ନିକଟରେ ହାଣ୍ଡଓ୍ଵାରା ଠାରେ ହୋଇଥିବା ଆକ୍ରମଣର ଶ୍ରେୟ ଏହି ଟିଆର୍‌ଏଫ୍‌ ନେଇଥିବା ଘୋଷଣା କରିଥିଲା । ଯେଉଁଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.