Below header

ଜେଟଲୀଙ୍କ ପାଇଁ ଛୁଟିଲା ଶୋକ ବାର୍ତ୍ତା, ସବୁ ରାଜନୈତିକ ଦଳର ନେତା ଦୁଃଖୀ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିଭଳି ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକଟ କରିବା ସହିତ ଜେଟଲୀ ଜଣେ ଦକ୍ଷ ରାଜନେତା, ଆଇନଜୀବୀ ଏବଂ ବୁଦ୍ଧିଜୀବୀ ବୋଲି କହିଛନ୍ତି । ସେ ମଧ୍ୟ ରାଷ୍ଟ୍ରପତିଙ୍କ ଭଳି ଜେଟଲୀଙ୍କ ପତ୍ନୀ ଓ ପୁଅ ସହ ଫୋନ୍‌ରେ କଥା ହୋଇଛନ୍ତି । ମୋଦି ନିଜର ବିଦେଶ ଗସ୍ତ ବାତିଲ କରି ଦେଶକୁ ଫେରିବାକୁ ଚାହିଁଥିଲେ । ତେବେ ଜେଟଲୀଙ୍କ ପତ୍ନୀ ଓ ପୁଅ ତାଙ୍କୁ ଏଥିରୁ ବାରଣ କରିଛନ୍ତି ।
ଅରୁଣ ଜେଟଲୀ ଆଜି ମଧ୍ୟାହ୍ନ ୧୨ଟା ୭ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ତାଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜେଟଲୀଙ୍କ ନିଧନ ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ ବଡ଼ କ୍ଷତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.