ଡ୍ରେସିଂ ରୁମରେ ଏହି ବହି ପଢ଼ି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ବିରାଟ କୋହଲୀ

ମଇଦାନରେ ନିଜ ପ୍ରଦର୍ଶନୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲୀ ପ୍ରାୟ ସମସ୍ୟରେ ଚର୍ଚ୍ଚାରେ ରହିଆସୁଛନ୍ତି। କିନ୍ତୁ ପ୍ରଥମ ଥର ବିରାଟ କୋହଲୀ ବହି ପଢ଼ିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଣ୍ଟିଗା ଟେଷ୍ଟ ମ୍ୟାଚ ସମୟରେ କୋହଲୀ ଡ୍ରେସିଂ ରୁମରେ ବହି ପଢ଼ୁଥିବାର ନଜର ଆସିଛନ୍ତି। ଯାହାକୁ ନେଇ ତାଙ୍କୁ ୟୁଜର୍ସ ମାନେ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି।
ଟିମ୍ ଇଣ୍ଡିଆର ବ୍ୟାଟିଂ ସମୟରେ କ୍ୟାମେରାର ନଜର ଡ୍ରେସିଂ ରୁମରେ ବାଲକୋନି ଉପରେ ପଡିଲା। ଯେଉଁଠି ଭାରତୀୟ ଅଧିନାୟକ ବହି ପଢ଼ୁଥିବାର ନଜର ଆସିଥିଲେ। ଏହି ଫଟୋ ଯେତେବେଳେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଲା ଫ୍ୟାନ୍ସ ନିଜ ନିଜର ପ୍ରତିକ୍ରୀୟା ଦେବାକୁ ଆରମ୍ଭ କରିଦେଇଛନ୍ତି। କିଛି ଫ୍ୟାନ୍ସ ମାନେ କହିଛନ୍ତି ଯେ କୋହଲୀ ନିଜ ପାଇଁ ଠିକ ବହି ପଢ଼ୁଛନ୍ତି। ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି ସେ ଏହା ଭାବୁଛନ୍ତି ଯେ କିଏ ବିରାଟ କୋହଲୀଙ୍କୁ ସେହି ବହି ଦେଲେ ଏବଂ ପଢ଼ିବା ପାଇଁ ପରାମର୍ଶ ଦେଲେ।
ଆଣ୍ଟିଙ୍ଗା ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଭାରତୀୟ ଟିମର ପ୍ରଥମ ଇନିଂସରେ ୨୯୭ ରନ୍ କରିଥିଲେ। ଭାରତୀୟ ଟିମଙ୍କ ରନରେ ଜବାବ୍ ଦେଇ ୱେଷ୍ଟଇଣ୍ଡିଜ୍ ଟିମ ମଧ୍ୟ ଭାରତୀୟ ଆଟାକ ସାମ୍ନାରେ ଦୁର୍ବଳ ନଜର ଆସିଲେ ଏବଂ ଦିନର ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ଆଠ ୱିକେଟରେ ୧୮୯ ରନ କରିଥିଲେ। ମେଜବାନ ଟିମ ଏବେ ମଧ୍ୟ ଭାରତରେ ୧୦୮ ରନ୍ ପଛରେ ରହିଗଲା। ଇଶାନ୍ତ ଶର୍ମା ୪୨ ରନ ଦେଇ ପାଞ୍ଚ ୱିକେଟ ନେଇଥିଲେ।