ହାତର ରେଖାରୁ ଜାଣନ୍ତୁ ଆପଣ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବେ

ହସ୍ତଶାସ୍ତ୍ର ଜ୍ୟୋତିଷରେ କେବଳ ହାତରେ ଥିବା ରେଖା ଏବଂ ଚିନ୍ହକୁ ଦେଖି ବ୍ୟକ୍ତିଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କୁହାଯାଇନଥାଏ ବରଂ ବ୍ୟକ୍ତି କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବେ ତାହା ମଧ୍ୟ କୁହାଯାଇପାରେ। ହାତରେ ଥିବା କିଛି ରେଖା ଦ୍ବାରା ଏହା ପ୍ରମାଣିତ କରାଯାଇପାରିବ।

ସମୁଦ୍ରଶାସ୍ତ୍ର ଅନୁଯାୟୀ ହାତର ମଣିବନ୍ଧରେ ଥିବା ରେଖା ଦ୍ବାରା ବ୍ୟକ୍ତିଙ୍କ ଆୟୁସ ବା ବ୍ୟକ୍ତି କେତେ ଦିଦନ ପର୍ଯ୍ୟନ୍ତ ବଞ୍ଚି ରହିବେ ତାହା ବିଷୟରେ ସୂଚନା ମିଳିଥାଏ।

-ଯଦି କୌଣସି ବ୍ୟକ୍ତିଙ୍କ ମଣିବନ୍ଧରେ ଗୋଟିଏ ରେଖା ରହିଥାଏ ତେବେ ସେହି ବ୍ୟକ୍ତି ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରିବେ।

-ଦୁଇଟି ରେଖା ରହିଥିଲେ ବୟସ ସୀମା ୫୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।

PALM 1-ସେହିପରି ମଣିବନ୍ଧରେ ୩ ଟି ରେଖା ଥିଲେ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚି ରହିଥାନ୍ତି ଏବଂ ୪ଟି ରେଖା ଥିବା ବ୍ୟକ୍ତିମାନେ ଦିର୍ଘାୟୁ ହୋଇଥାନ୍ତି।

-ଯଦି ମଣିବନ୍ଧର ରେଖା ସଫା ଏବଂ ସ୍ପଷ୍ଟ ରହିଥାଏ ତେବେ ସେହି ବ୍ୟକ୍ତି ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ସେହିପରି ରେଖା ଝାପ୍ସା ଦେଖାଯାଊଥିବା ବ୍ୟକ୍ତିମାନଙ୍କ ଜୀବନ ସଂଘର୍ଷମୟ ହୋଇଥାଏ।

ଏହାସହ ପଢନ୍ତୁ: ଯଦି ଆପଣଙ୍କ ହାତରେ ରହିଛି ଏଭଳି ରେଖା, ତେବେ ଜୀବନରେ ପାଇବେ ଅନେକ ସଫଳତା

-ମଣିବନ୍ଧରେ ଯେଉଁ ବ୍ୟକ୍ତିମାନଙ୍କର ସ୍ବସ୍ତିକ କିମ୍ବା ଦୀପ ଭଳି ଚିହ୍ନ ରହିଥାଏ ତେବେ ସେହି ବ୍ୟକ୍ତିମାନେ ଖୁବ୍ ସୌଭାଗ୍ୟଶାଳୀ ହୋଇଥାନ୍ତି।

-ସେହିପରି ମଣିବନ୍ଧରୁ ଯଦି କୌଣସି ରେକା ବାହାରି ସିଧା ଶନି ପର୍ବତ ଯାଇ ମିଶିଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହେବା ସହ ସୁବିଧା ସମ୍ପନ୍ନ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.