ରିଚାର୍ଡଙ୍କ ପ୍ରଶ୍ନର ଉତ୍ତରରେ କିଛି ଏମିତି କହିଲେ ବିରାଟ, ଯାହା ଜିଣିନେଲା ଅନୁଷ୍କାଙ୍କ ହୃଦୟ

ନିକଟରେ ବିରାଟ କୋହଲି ୱେଷ୍ଟଣ୍ଡିଜ ଟିମର ପୂର୍ବତନ ଅଧିନାୟକ ଭିଭି ରିଚାର୍ଡଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି କଥାବାର୍ତ୍ତାର ପ୍ରଥମ ଭିଡିଓ ଜାରି ହେବା ପରେ ଏବେ ବିସିସିଆଇ ଏହାର ଦ୍ୱିତୀୟ ଭିଡିଓ ଜାରି କରିଛି। ପାଖାପାଖି ୪ ମିନିଟର ଏହି ଭିଡିଓରେ ବିରାଟ ଖେଳ ଛଡା ନିଜ ପତ୍ନୀ ଅନୁଷ୍କାଙ୍କ ବିଷୟରେ ଗୁଣଗାନ କରିଛନ୍ତି। ଏହି ସାକ୍ଷାତକାରରେ ପ୍ରଥମେ ଭିଭି ଦୁହିଁଙ୍କ ବିବାହ ବିଷୟରେ ପଚାରିବାରୁ ବିରାଟ ନିଜ ପତ୍ନୀଙ୍କ ପ୍ରଶଂସା ନ କରି ରହିପାରିନଥିଲେ। ବିରାଟଙ୍କ କହିବାନୁଯାୟୀ, ଅନୁଷ୍କା ହିଁ ତାଙ୍କୁ ସଠିକ ମାର୍ଗଦର୍ଶନ କରିଥାନ୍ତି। ଅନୁଷ୍କାଙ୍କୁ ନିଜ ଜୀବନର ବହୁତ ବଡ ଉପହାର ବୋଲି ବିରାଟ ମାନନ୍ତି। ବିରାଟଙ୍କ ଏହି ଉତ୍ତର ଅନୁଷ୍କାଙ୍କ ହୃଦୟ ଜିଣିନେଇଥିଲା।

virat_anushka

ବିବାହ ପରେ ବିରାଟ ଭଲ ଖେଳୁଛନ୍ତି ବୋଲି ରିଚାର୍ଡ କରିଥିଲେ। ଯାହାକୁ ନେଇ ବିରାଟ କହିଥିଲେ, କ୍ରିକେଟ ପରେ ତାଙ୍କ ଜୀବନରେ ସବୁଠାରୁ ବଡ ଆଶୀର୍ବାଦ ହେଉଛନ୍ତି ଅନୁଷ୍କା। ନିଜେ ଜଣେ ପ୍ରଫେସନାଲ ହୋଇଥିବା ଯୋଗୁଁ ମୋତେ ଭଲ ଭାବେ ବୁଝିପାରୁଛନ୍ତି ଅନୁଷ୍କା। ଜୀବନର ପ୍ରତିଟି ମୋଡରେ ଅନୁଷ୍କା ମୋ ସହିତ ରହିଛନ୍ତି। ଏହାର ମୋର ବ୍ୟକ୍ତିତ୍ୱକୁ ବୃଦ୍ଧି କରୁଛି ବୋଲି ବିରାଟ କହିଥିଲେ।