Below header

ସକାଳୁ ସକାଳୁ ଥରିଲା ଆଣ୍ଡାମାନ ଏବଂ ନିକୋବର, ୪.୧ ତୀବ୍ରତାର ଭୂକମ୍ପ ଝଟକା

ଆଣ୍ଡାମାନ ଏବଂ ନିକୋବରରେ ସକାଳୁ ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ବୋଲି ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ୭.୫୩ ରେ ଭୂକମ୍ପ ଅନୁଭୂତ ହୋଇଛି ।

ଆଣ୍ଡାମାନ ଏବଂ ନିକୋବରରେ ସକାଳୁ ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ବୋଲି ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ୭.୫୩ ରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏପର୍ଯ୍ୟନ୍ତ ଆଣ୍ଡାମାନରେ ହୋଇଥିବା ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ହୋଇଥିବା ଖବର ଆସିନାହିଁ ।

ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି, ଜାନୁଆରୀ ୧୦ ରେ ସକାଳ ୭.୫୩ ରେ ଆଣ୍ଡାମାନ ଦ୍ୱୀପରେ ୪.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା ।

ତେବେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୫୭୨ ଟି ଦ୍ୱୀପ ଅଛି, ସେଥିମଧ୍ୟରୁ ୩୮ ଟି ଦ୍ୱୀପପୁଞ୍ଜରେ ଲୋକ ବାସ କରନ୍ତି । ଏହାପୂର୍ବରୁ ନଭେମ୍ବର ମାସରେ ଆଣ୍ଡାମାନ ଏବଂ ନିକୋବରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.