କୂଅରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ; ମଦ ପାଇଁ ହତ୍ୟା, ୩ ଜଣଙ୍କୁ ଗିରଫ କଲା ପୋଲିସ

ମଦ ପାଇଁ ମାରିଦେଲେ । ଗତ ୩୧ ତାରିଖରେ କୂଅରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ । ମୃତକ ହେଲେ, ଉମେଶ ଯାଦବ।

କୋରାପୁଟ (କେନ୍ୟୁଜ୍‌): ମଦ ପାଇଁ ମାରିଦେଲେ । ଗତ ୩୧ ତାରିଖରେ କୂଅରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ । ମୃତକ ହେଲେ, ଉମେଶ ଯାଦବ। ମୃତକଙ୍କ ମୋବାଇଲ ଫୋନକୁ ଟ୍ରାକ କରି ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଉମେଶ ବୋରିଗୁମ୍ମା ବିହାରୀ ଦେଶୀ ମଦ ଭାଟିରେ କାର୍ଯ୍ୟ କରୁଥିଲେ । ୩ ଜଣ ପହଞ୍ଚି ତାଙ୍କୁ ବିନା ଟଙ୍କାରେ ମଦ ମାଗିଥିଲେ । ସେ ମଦ ନ ଦେବାରୁ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ବଡ଼ ପଥର ସହ ଦୁଇଟି ଗାମୁଛାରେ ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ । ହତ୍ୟାକାରୀଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି । ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.