Below header

ଅଏଲ ଇଣ୍ଡିଆରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ, ୧୦ମ ପାସ୍‌ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ

ଅଏଲ ଇଣ୍ଡିଆରେ ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ ୩୦ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଏହି ଭର୍ତ୍ତି ଅଧିନରେ ଗ୍ରେଡ-୩ ଏବଂ ଗ୍ରେଡ-୪ରେ ୪୨୧ ପଦବୀ ପାଇଁ ଭର୍ତ୍ତି ହେବ ।

ଅଏଲ ଇଣ୍ଡିଆରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଅଏଲ ଇଣ୍ଡିଆରେ ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ ୩୦ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଏହି ଭର୍ତ୍ତି ଅଧିନରେ ଗ୍ରେଡ-୩ ଏବଂ ଗ୍ରେଡ-୪ରେ ୪୨୧ ପଦବୀ ପାଇଁ ଭର୍ତ୍ତି ହେବ । ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିଳମ୍ବ ନ କରି ଆବେଦନ କରିଦିଅନ୍ତୁ ।

ଏଥିପାଇଁ ଆବେଦନ କେବଳ ଅନଲାଇନ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ oil_india.com କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୨୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଜାନୁଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏଥିରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧୀୟ ଟ୍ରେଡରେ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ଟ୍ରେଡ ସାର୍ଟିଫିକେଟ ପାଇଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୩ ବର୍ଷ ମଧ୍ୟରେ ହେବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ସଂରକ୍ଷିତ, ଓବିସି ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ଏବଂ ପୂର୍ବତନ କର୍ମଚାରୀ କୌଣସି ଶୁଳ୍କ ଦେବେ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୬ ହଜାରରୁ ୯୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ । ଗ୍ରେଡ ୪ ପାଇଁ ୩୨ ହଜାରରୁ ୧ ଲକ୍ଷ ୨୭ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟରେ ପରୀକ୍ଷା ପରେ ହେବ । ପ୍ରଥମେ କମ୍ପ୍ୟୁଟର ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ପରେ ହେବ । ଚୟନ ପାଇଁ ସମସ୍ତ ପର୍ଯ୍ୟାୟରେ ପାସ୍‌ କରିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.