Below header

ଲିକର ଶେହେନଶାଙ୍କୁ ଘାରିଛି ସମ୍ପତ୍ତି ଜବତ ଭୟ

ନୂଆଦିଲ୍ଲୀ(କେନ୍ୟୁଜ୍) :ଲିକର୍ ବାରୋନ୍ ବିଜୟ ମାଲ୍ୟାଙ୍କୁ ଘାରିଛି ସମ୍ପତ୍ତି ଜବତ ଭୟ । ଲଣ୍ଡନ ପଳାଇଥିଲେ ବି ବିଜୟ ମାଲ୍ୟାଙ୍କର ଭାରତରେ ରହିଛି ଅପଜ୍ୟାପ୍ତ ସମ୍ପତ୍ତି । ୯ ଶହ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ସେ ବିଦେଶ ପଳାଇ ଯାଇଥିବାରୁ ତାଙ୍କ ସମ୍ପତ୍ତିକୁ ଜବତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସେସବୁକ ଅଡିଟ୍ କରାଯାଇଛି। ଏଥିପାଇଁ ସେ ଏବେ ଭାରତ ଫେରିବାକୁ ଚାହିଁଥିବା ଚର୍ଚ୍ଚା ହେଉଛି । କାରଣ ଥରେ ସମ୍ପତ୍ତି ଜବତ ହେଲେ ସେସବୁ ଆଉ ନିଜ କବ୍ଜାକୁ ଆଣି ହେବ ନାହିଁ।

ଆହୁରି ପଢ଼ନ୍ତୁ: ବାଜପେୟୀଙ୍କ ଅସ୍ଥି ବିସର୍ଜନ ବେଳେ ଓଲଟିଲା ଡଙ୍ଗା : ନଦୀରେ ପଡିଲେ ନେତା

ସେହିପରି ବିଜୟ ମାଲ୍ୟାଙ୍କୁ ଆର୍ଥିକ ପଳାତକ ଅପରାଧୀ ଘୋଷଣା କରିବାକୁ ମାମଲା ଏବେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାଲିଛି । ଏହାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ରହିଛି । ସେପଟେ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କିତ ମାମଲାର ଶୁଣାଣି କରୁଛନ୍ଚତି ଲଣ୍ଡନ କୋର୍ଟ । ସେହିପରି କେନ୍ଦ୍ର ସରକାର ମଧ୍ୟ ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ ଚୋକ୍ସୀ ଭଳି ଋଣ ଖିଲାପକାରୀଙ୍କ ଆର୍ଥିକ ପଳାତକ ଅପରାଧୀ ଶ୍ରେଣୀଭୁକ୍ତ କରିବା ପାଇଁ ଆଇନ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.