ପୁଣି ଦୂତୀଙ୍କ କମାଲ : ୨୦୦ ମିଟର ସେମିଫାଇନାଲରେ

ନୂଆଦିଲ୍ଲୀ : ଏସୀୟ କ୍ରୀଡା ୨ଶହ ମିଟର ଟ୍ରାକରେ ଦମ୍ ଦେଖାଇଛନ୍ତି ଓଡ଼ିଶାର ଦୌ଼ଡ଼ରାଣୀ ଦୂତୀ ଚାନ୍ଦ । ଯୋଗ୍ୟତା ପର୍ୟ୍ୟାୟରେ ନିଜ ହିଟସରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ୨୩ .୩୭ ସେକେଣ୍ଡରେ ୨ଶହ ମିଟର ଅତିକ୍ରମ କରିଛନ୍ତି ଦୂତୀ । ତାଙ୍କଠାରୁ ଭାରତ ପଦକ ଆଶା ରଖିଛି । ପୂର୍ବରୁ ରବିବାର ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ ଏହି ଓଡ଼ିଆ ଝିଅ ତଥା କିଟ୍ ଛାତ୍ରୀ । ଏହି ପଦକ ଜିତି ଦୀର୍ଘ ୨୦ ବର୍ଷ ପରେ ଦେଶ ଓ ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି । ସେହିପରି ଦୂତୀଙ୍କ ଭଳି ୨ ଶହ ମିଟର ସେମିଫାଇନାଲରେ ପହଞ୍ଚିଛନ୍ତି ଅନ୍ୟ ଉଦୀୟମାନ ଭାରତୀୟ ଆଥଲେଟ୍ ହିମା ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.