ହିମାଙ୍କ ବାୟୋପିକ ପାଇଁ ଖିଲାଡ଼ି କୁମାରଙ୍କ ରିସର୍ଚ୍ଚ ଆରମ୍ଭ

ମୁମ୍ବାଇ : ବଲିଉଡ଼ରେ ବାୟୋପିକର ଋତୁ ଯେପରି ଶେଷ ହେବାର ନାମ ନେଉନାହିଁ। ନିର୍ମାତାଙ୍କୁ ଖେଳାଳି ଏବଂ ଆଥଲେଟ୍ ମାନଙ୍କ ଜୀବନୀ ବହୁତ ଆକର୍ଷିତ କରୁଛି। ଖାଲି ନିର୍ମାତା କାହିଁକି ଦର୍ଶକଙ୍କୁ ମଧ୍ୟ ବାୟୋପିକ୍ ଫିଲ୍ମ ବହୁତ ପସନ୍ଦ ଆସୁଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଆସାମର ୧୮ ବର୍ଷିୟ ଆଥଲେଟ୍ ହିମା ଦାସ। ହିମା ନିକଟରେ ଆଇଏଏଫରେ ୨୦ବର୍ଷରୁ କମ ଚାମ୍ପୟନସିପରେ ୪୦୦ ମିଟର ଦୌଡ଼ରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିଲେ। ତାଙ୍କର ଟ୍ରାକ୍ ରନିଂ ଉପଲବ୍ଧି ଦ୍ବାରା ବଲିଉଡ଼ର ଖିଲାଡ଼ି ଭାବେ ଜଣାଶୁଣା ଅଭିନେତା ଅକ୍ଷୟ କୁମାର ବହୁତ ଖୁସି ହୋଇଥିଲେ। ଅକ୍ଷୟ ଏହି ଅବସରରେ ଘୋଷଣା ମଧ୍ୟ କରିଥିଲେ କି ସେ ହିମାଙ୍କ ଉପରେ ଫିଲ୍ମ କରିବା ପାଇଁ ଚାହୁଁଛନ୍ତି।

ତେବେ ଏନେଇ ଅକ୍ଷୟ ତାଙ୍କର ରିସର୍ଚ୍ଚ ଆରମ୍ଭ କରିଛନ୍ତି। ଅକ୍ଷୟଙ୍କ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମର ହିମାଙ୍କ ଠାରୁ ରାଇଟ୍ସ ପାଇଁ ଖୁବ୍ ଶୀଘ୍ର ପ୍ରୟାସ କରାଯିବ। ନିକଟରେ ରିଲିଜ୍ ହୋଇଥିବା ଗୋଲ୍ଡ ଫିଲ୍ମରେ ଅକ୍ଷୟଙ୍କ ସହିତ ନିର୍ଦ୍ଦେଶକ ଭାବେ କାମ କରିଥିବା ରୀମା କାଗତି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି।