Below header

ଖରାପ ମେମୋରୀଙ୍କୁ ମାତ୍ର ୨ ମିନିଟରେ କରନ୍ତୁ ଠିକ୍ : କିଛି ଖର୍ଚ୍ଚ ହେବନି

ନୂଆଦିଲ୍ଳୀ : ଅନେକ ସମୟରେ ଏପରି ହୋଇଥାଏ ହଠାତ କୌଣସି କାରଣ ବଶତଃ ମେମୋରୀ କାର୍ଡ଼ କାମ କରିନଥାଏ। ଏହି ସମୟରେ ସମସ୍ତଙ୍କ ମନରେ ଡ଼ର ରହିଥାଏ କି କାଳେ ମେମୋରୀରେ ଥିବା ସମସ୍ତ ଜିନିଷ ଡ଼ିଲିଟ ନହୋଇଯାଉ। କିନ୍ତୁ ଆପଣ ଜାଣିଛନ୍ତି କି, କେଉଁ ପ୍ରକାରରରେ ମେମୋରୀରୁ ଡ଼ିଲିଟ ହୋଇଥାଏ ଆପଣଙ୍କ ଡ଼ାଟା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ଆପଣଙ୍କ ମୋବାଇଲରେ ଭାଇରସ ହେବା କାରଣରୁ ହୋଇଥାଏ। ଖାସ କରି ମେମୋରୀ କାର୍ଡ଼ ସେତେବେଳେ କରପ୍ଟ ହୋଇଥାଏ ଯେତେବେଳେ ମୋବାଇଲରେ ବହୁ ସଂଖ୍ଯାକ ଭାଇରସ ରହିଥାଏ। ଆଜି ଆମେ କହିବାକୁ ଯାଉଛି କିପରି ବିନା କୌଣସି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବନି।

ନିଶ୍ଚିତ ପଢ଼ନ୍ତୁ : ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ : ଲଗାଇବା ପାଇଁ ଜାଣନ୍ତୁ କେମିତି କରିବେ ଆବେଦନ

ଏଥିପାଇଁ ପ୍ରଥମେ ମେମୋରୀ କାର୍ଡ଼କୁ କାର୍ଡ଼ରିଡ଼ର ଜରୀଆରେ କମ୍ପୁଟରରେ ଲଗାନ୍ତୁ। ଏହାପରେ ଡ଼୍ରାଇଭ୍ ଜାଞ୍ଚ କରିବା ସହ ମେମୋରୀ କାର୍ଡ଼ର ଲୋକେସନ ଦେଖନ୍ତୁ। ଏବେ କାର୍ଡ଼ରେ ରାଇଟ କ୍ଲିକ୍ କରି ପ୍ରପୋରଟିଜ୍ ଅପସନକୁ ଯାଆନ୍ତୁ। ଆପରଙ୍କୁ ଫରମାଟ ଅପସନ ଦେଖାଯିବ ଏହା ପରେ ପପଅପ୍ ଆସିବ ଯେଉଁଥିରେ ଫାଇଲ୍ ସିଷ୍ଟମ ଫେଟ୍ ନାମରେ ହୋଇଯିବ।

ଏହାପରେ ଷ୍ଟାର୍ଟ ବଟନରେ କ୍ଲିକ୍ କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ କ୍ବିକ୍ ଫରମାଟ ଅପସନକୁ କ୍ଳିକ୍ ନକରିବେ। ତାହାକୁ ଖାଲି ଛାଡ଼ି ଦିଅନ୍ତୁ। ଏହାପରେ ମେମୋରୀ କାର୍ଡ଼ ଚେକ୍ କରନ୍ତୁ ତାହା କାମ କରୁଛି କି ନାହିଁ । ଏହାର ସଂପୂର୍ଣ୍ଣ ପକ୍ରିୟା ପରେ ଦେଖିବେ ଆପଣଙ୍କ ମେମୋରୀ କାର୍ଡ଼ ଠିକ୍ ହୋଇଯିବ।

ନିଶ୍ଚିତ ପଢ଼ନ୍ତୁ : PFକୁ ନେଇ କୌଣସି ସମସ୍ୟା ଅଛି କି ? ଚିନ୍ତା କରନ୍ତୁ ନାହିଁ, ପ୍ରତିମାସ ୧୦ ତାରିଖ ସୁଦ୍ଧା EPFO କରିବ ସମାଧାନ

ଏହାଛଡ଼ା ମେମୋରୀ କାର୍ଡ଼କୁ କମ୍ପୁଟରରେ ମେମୋରୀ କାର୍ଡ଼ କନେକ୍ଟ କରିବା ସହ Ctrl+R ପ୍ରେସ କରନ୍ତୁ ଦେଖିବେ RUN କମାଣ୍ଡ ଆସିବ। ଏଥିରେ CMD ଟାଇପ୍ କରି ଏଣ୍ଡ୍ରି କରନ୍ତୁ। ଏହାପରେ ନିଜ ମେମୋରୀ କାର୍ଡ଼ର ନାମ ଲେଖନ୍ତୁ। ଏହା ପରେ Format ଏବଂ  ମେମୋରୀ କାର୍ଡ଼ର ନାମ ଏଣ୍ଟର କରନ୍ତୁ। ଏହାପରେ ଗୋଟିଏ କନଫରମେସନ୍ ମେସେଜ୍ ଆସିବ ସେଠାରେ Yes ବା Y କ୍ଲିକ୍ କରନ୍ତୁ ଦେଖିବେ ଆପଣଙ୍କ ମେମୋରୀ ଫରମାର୍ଟ ହେବା ସହ ମେମୋରୀ କାର୍ଡ଼ ଠିକ୍ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.