Below header

ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିରୋଧୀ ନେତାଙ୍କୁ ମମତାଙ୍କ ଚିଠି, ବିଜେପି ବିରୋଧରେ ଏକାଠି ଲଢିବାକୁ ଦେଲେ ଆହ୍ବାନ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ଲଢେଇ କରୁଛନ୍ତି ମମତା ବାନାର୍ଜୀ । ଏ ଲଢ଼େଇକୁ ଆହୁରି ଆଗକୁ ବଢାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ। ଦେଶର ସବୁ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଲେଖିଛନ୍ତି ଚିଠି। ଆହ୍ଵାନ ଦେଇଛନ୍ତି, ସମୟ ଆସିଛି ବିଜେପି ବିରୋଧରେ ଏକାଠି ହୋଇ ପ୍ରଭାବୀ ଲଢେଇ କରିବାକୁ। ଏକାଠି ହୋଇ ଜନତାଙ୍କୁ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କଲେ ହିଁ ଏହି ଲଢେଇ ଜିତି ହେବ ବୋଲି ମମତା ଚିଠି ଲେଖିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନଙ୍କୁ ଚିଠି ଲେଖିଛନ୍ତି । ….. ଦ ନ୍ୟାସନଲା କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ ସଂଶୋଧ ବିଲ୍‌ ଉଦାହରଣ ଦେଇ ଲେଖିଛନ୍ତି ରାଜ୍ୟର ଅଧିକାରକୁ ସଂକୁଚିତ କରାଯାଉଛି।

ରାଜ୍ୟପାଳମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି। ବିଜେପିର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ମମତା ଅଭିିଯୋଗ କରିଛନ୍ତି। ଏହାସହ ସିବିଆଇ ଓ ଇଡିର ଅପବ୍ୟବହାର ସହ ରାଜ୍ୟଗୁଡିକର ପାଣ୍ଠି କାଟି ଦିଆଯାଉଛି। ସ୍ୱାଧୀନ ଭାରତ ଇତିହାସରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମ୍ପର୍କ କେତେ ଏତେ ଖରାପ ହୋଇ ନଥିଲା ବୋଲି ମମତା ସମସ୍ତଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ତେଣୁ ଗଣତନ୍ତ୍ର ଓ ସମ୍ବିଧାନ ଉପରେ ବିଜେପିର ଆକ୍ରମଣ ପ୍ରତିହତ କରିବାକୁ ଏକାଠି ହୋଇ ପ୍ରଭାବୀ ଲଢେଇ ପାଇଁ ଆହ୍ଵାନ ଦେଇଛନ୍ତି ମମତା ବାନାର୍ଜୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.