ଏହି ଫିଲ୍ମରେ ଐଶ୍ଵର୍ଯ୍ୟାଙ୍କ ହାତକୁ ଛିଡାଇ ଦେଇଥିଲେ ଶାହରୁଖ ଖାନ୍‌, ନିଜେ ଆକ୍ଟର କଲେ ଖୁଲାସା

ଶୁଣିବାକୁ ଅଜବ ନିଶ୍ଚୟ ଲାଗିବ, କିନ୍ତୁ ବଲିଉଡର ବାଦଶାହ କୁହାଯାଉଥିବା ଶାହରୁଖ ଖାନ ମଧ୍ୟ ଏକ ମାମୁଲୀ ଜିନିଷକୁ ଭୟ କରନ୍ତି। ଅଭିନେତା ଆଜି ବି ସେହି ଘଟଣାକୁ ଭୁଲି ପାରୁନାହାଁନ୍ତି, ଯେତେବେଳେ ଏହି ଡର ପାଇଁ ତାଙ୍କ ସହ ଫିଲ୍ମରେ କାମ କରୁଥିବା ଐଶ୍ଵର୍ଯ୍ୟା ରାୟଙ୍କ ହାତକୁ ସେ ଛିଡାଇ ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ରୋଚକପୂର୍ଣ୍ଣ କଥା ବିଷୟରେ।

ଏ ଘଟଣା ହେଉଛି ୨୦୦୨ ମସିହାର। ଯେତେବେଳେ ଶାହରୁଖ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ଦେବଦାସରେ କାମ କରୁଥିଲେ। ଫିଲ୍ମରେ ଶାହରୁଖ, ଐଶ୍ଵର୍ଯ୍ୟା ରାୟ ବଚ୍ଚନ, ମାଧୁରୀ ଦିକ୍ଷୀତ ଏବଂ ଜ୍ୟାକି ଶ୍ରଫଙ୍କ ସହିତ କାମ କରୁଥିଲେ। କିନ୍ତୁ ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଶାହରୁଖ ଆଲିଆ ଭଟ୍ଟଙ୍କ ସହିତ ନିଜ ଫିଲ୍ମ ଡିୟର ଜିନ୍ଦେଗୀର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋକୁ ଆସିଥିଲେ।

ଶୋ ମଝିରେ ଯେତେବେଳେ କପିଲ ଶାହରୁଖଙ୍କୁ ପଚାରିଲେ ତୁମକୁ କେଉଁ କେଉଁ ଜିନିଷକୁ ଡର ଲାଗିଥାଏ। ତେବେ ଉତ୍ତରରେ ଶାହରୁଖ ଯାହା କହିଲେ ଆପଣ ଶୁଣିଲେ ବିଶ୍ୱାସ କରିବେନି।  ଶାହରୁଖଙ୍କୁ ଝୁଲା ଦେଖିଲେ ବହୁତ ଡର ଲାଗେ, ସେଥିପାଇଁ ସେ ତା ଉପରେ ବସିପାରନ୍ତିନାହିଁ। ଦେବଦାସ୍ ସିନ୍ ସମୟରେ ତାଙ୍କ ଅବସ୍ଥା ଭୟରେ ଏକଦମ୍ ଖରାପ ହୋଇଯାଇଥିଲା ସେ ଝୁଲାକୁ ଦେଖି ଏତେ ଡରିଯାଇଥିଲେ ଯେ ଫିଲ୍ମର କୋଷ୍ଟାର ଐଶ୍ଵର୍ଯ୍ୟାଙ୍କ ହାତକୁ ଭିଡି ଧରି ତାଙ୍କ ହାତ ଛିଡାଇ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.