Below header

ତାଳଚେର ଥର୍ମାଲ ପାୱାର ଷ୍ଟେସନର ନୂଆ ୟୁନିଟ୍‌ ହେବ ପ୍ରତିଷ୍ଠା, ଏଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ

କେନ୍ୟୁଜ୍(ବ୍ୟୁରୋ):  ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା TTPSର ନୂଆ ୟୁନିଟ୍‌ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି । ଏନେଇ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ବୈଠକରେ ତାଳଚେରରେ ଟିଟିପିଏସର ନୂଆ ୟୁନିଟ୍‌ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା । ଖୁବ୍‌ ଶୀଘ୍ର NTPC, ଗ୍ରୀଡ୍‌କୋ, ଶକ୍ତି ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ବୈଠକ ବସିବ । ନୂଆ ୟୁନିଟ୍‌ ପ୍ରତିଷ୍ଠା, ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ।

ଏଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟ ସଚିବ କହିଛନ୍ତି । ସେପଟେ ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ରର ୟୁନିଟ୍‌କୁ ବିଧିବଦ୍ଧ ବନ୍ଦ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ଏ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଛି ଏନଟିପିସି । TTPS ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ସମ୍ପର୍କରେ NTPC କର୍ତ୍ତୃପକ୍ଷ କିଛି ଉଲ୍ଲେଖ କରିନଥିବା ସୂଚନା ମିଳିଛି। ଆଜି ସକାଳୁ ପ୍ଲାଣ୍ଟର ସମସ୍ତ ୟୁନିଟ ବନ୍ଦ କରାଯାଇଛି। ପ୍ଲାଣ୍ଟରେ ଥିବା ୬ଟି ଯାକ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.