Below header

ଯାଜପୁର: ନିଆଁ ଲିଭାଇବା ସମୟରେ ଫାଟିଲା ଗ୍ୟାସ ଟାଙ୍କି, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ

ଯାଜପୁର ରୋଡ ( କେନ୍ୟୁଜ): ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ। ନିଆଁ ଲିଭାଇବା ସମୟରେ ଫାଟିଲା ଗ୍ୟାସ ଟାଙ୍କି। ବିସ୍ଫୋରଣରେ ଥରିଲା ପୁରା ଅଞ୍ଚଳ। ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳର । ସୂଚନା ମୁତାବକ ଆଜି ଅପରାହ୍ନରେ ସ୍ଥାନୀୟ ମାନପୁର ଓଭରବ୍ରିଜ୍ ନିକଟରେ ଥିବା ୨ଟି ଚା ଓ ପାନ ଦୋକାନରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା।

jajpur fire mishap

 

ପରେ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଠିକ୍ ଏହି ସମୟରେ ସେହି ଦୋକାନ ଭିତରେ ଥିବା ଏକ ଗ୍ୟାସ ଟାଙ୍କି ବିସ୍ପୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ତେବେ ନିକଟରେ ଥାଇ ନିଆଁ ଲିଭାଉଥିବା ଅଗ୍ନିଶମ କର୍ମଚାରୀମାନେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.