ବାଲିଗୁଡା:ବୁଡ଼ାଗୁଡ଼ା ଜଙ୍ଗଲ ମାଟି ତଳୁ ଉଦ୍ଧାର ନରକଙ୍କାଳର ମିଳିଲା ପରିଚୟ,ନିଜ ଶଳା ଓ ପିଉସା କରିଥିଲେ ହତ୍ୟା

ବାଲିଗୁଡା(କେନ୍ୟୁଜ୍):   ବାଲିଗୁଡା ରେବୀଙ୍ଗିଆ ନିକଟସ୍ଥ ବୁଡ଼ାଗୁଡ଼ା ଜଙ୍ଗଲ ମାଟି ତଳୁ ଉଦ୍ଧାର ନରକଙ୍କାଳର ମିଳିଲା ପରିଚୟ । ମୃତକ ହେଲେ କୁଟିଗୁଡା ଗାଁ ର ଟିକୁନୁ ଗୌଡ଼ । ଜମିଜମା ବିବାଦକୁ ନେଇ ନିଜ ଶଳା ଓ ପିଉସା ଟିକୁନୁଙ୍କୁ ହତ୍ୟା କରିବା ପରେ ମାଟି ତଳେ ପୋତି ଦେଇଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ହତ୍ୟା ପରେ ମୃତଦେହକୁ ଅତି ନୃଶଂସ ଭାବେ ମାଟି ତଳେ ଜଙ୍ଗଲରେ ପୋତି ଦେଇଥିଲେ ଅଭିଯୁକ୍ତ । ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ଏମାନେ ହେଲେ ପଡି ଗାଁର ଅଜୁ ବଗର୍ତି, ବିପିନ ବଗର୍ତି ଓ ଭଇରା ଗୌଡ଼ । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ, କୋଡି, ପିକାଶ ଜବତ କରିଛି ବାଲିଗୁଡା ପୋଲିସ l ଫେବୃଆରୀ ୨୨ ତାରିଖରେ ମୃତ ଟିକୁନୁ ଭୋଜି ଖାଇ ଫେରି ନ ଥିଲେ ।

ପରିବାର ଲୋକ ବହୁ ଖୋଜା ଖୋଜି ପରେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । ଗତ ୨୫ ତାରିଖରେ ଜଙ୍ଗଲକୁ କିଛି ଲୋକ ମହୁଲ ସଂଗ୍ରହ ପାଇଁ ଯାଇଥିଲେ l ସେଠାରେ ଦୁର୍ଗନ୍ଧ ହେଉଥିବା ନେଇ ପୋଲିସକୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟ ଉପସ୍ଥିତରେ ମାଟି ତଳୁ ନର କଙ୍କାଳ ଉଦ୍ଧାର କରିବା ପରେ ପୋଲିସ ଫୋରେନସିକ ତଦନ୍ତ ପାଇଁ ପଠାଯାଇଥିଲା l ଘଟଣାସ୍ଥଳରୁ ଗାମୁଛା ଓ ପୋଷାକକୁ ଦେଖି ଟିକୁନୁଙ୍କ ମୃତ ଦେହ ବୋଲି ଦାବି କରିବା ସହ ନିଜ ସମ୍ପର୍କୀୟ ହତ୍ୟା କରିଥିବା ନେଇ ପୁଣି ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.