Below header

ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବାକୁ ୟୁନିଫର୍ମ ପିନ୍ଧି ଏୟାର ଫୋର୍ସ ଷ୍ଟେସନରେ ପଶିଲେ ଯୁବକ, ଧରାପଡ଼ି ଏବେ ଜେଲରେ

ଦେଶର ରାଜଧାନୀ ଦିଲ୍ଲୀ ଏୟାରଫୋର୍ସ ଷ୍ଟେସନରେ ଜଣେ ଯୁବକ ଏମିତି କାରନାମା କରିଛନ୍ତି ଯାହା ସୁରକ୍ଷା ଏଜେନ୍ସିର ଅଫିସର ମାନଙ୍କ ହୋସ ଉଡାଇଦେଇଛି । କାହିଁକି ଯୁବକ ଜଣଙ୍କର ଏମିତି ହରକତ ସୁରକ୍ଷା ଏଜେନ୍ସିଙ୍କ ହୋସ ଉଡାଇ ଦେଇଛି ତାହା ଜାଣିବା ପରେ ଆପଣମାନେ ନିଶ୍ଚିତ ଭାବେ ବିସ୍ମିତ ହୋଇଯିବେ । ପ୍ରକୃତରେ ଯୁବକ ଜଣଙ୍କ ନିଜ ଗାର୍ଲ ଫ୍ରେଣ୍ଡଙ୍କୁ ଇମ୍ପ୍ରେସ କରିବା ପାଇଁ ଏୟାରଫୋର୍ସର ୟୁନିଫର୍ମ ପିନ୍ଧି ଜଣେ ଏୟାରଫୋର୍ସ ଅଧିକାରୀର ପରିଚୟ ନେଇ ଦିଲ୍ଲୀ ଏୟାରଫୋର୍ସ ଷ୍ଟେସନରେ ଦାଖଲ ହୋଇଥିଲେ । ଯାଞ୍ଚ କରିବା ସମୟରେ ସୁରକ୍ଷା କର୍ମୀ ମାନଙ୍କର ସନ୍ଦେହ ହେବାରୁ ଯୁବକ ଜଣଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ।

ପଚରାଉଚୁରା ସମୟରେ ନିଜ ବୟାନରେ ଯୁବକ ଜଣଙ୍କ ଯାହା କହିଥିଲେ ତାହା ସମସ୍ତଙ୍କୁ ତାଯୁବ କରିଛି । ତାଙ୍କ କହିବା ଅନୁଯାୟୀ ସେ ଏଠାକୁ ସେଲ୍ଫି ନେବାକୁ ଆସିଥିଲେ । ଏହି ସେଲ୍ଫିକୁ ନିଜ ଗାର୍ଲ ଫ୍ରେଣ୍ଡକୁ ପଠାଇ ତାଙ୍କୁ ଇମ୍ପ୍ରେସ କରିପାରିବେ । କାରଣ ପ୍ରଥମେ ନିଜ ଗାର୍ଲ ଫ୍ରେଣ୍ଡଙ୍କୁ ସେ ଜଣେ ଏୟାରଫୋର୍ସ ଅଫିସର ଦାୟିତ୍ୱରେ ଅଛନ୍ତି ବୋଲି ପରିଚୟ ଦେଇଥିଲେ । କିନ୍ତୁ ଯୁବକଙ୍କ ଏହି କଥାକୁ ବିଶ୍ୱାସ କରିପାରିନଥିଲେ ତାଙ୍କ ଗାର୍ଲ ଫ୍ରେଣ୍ଡ । ତେଣୁ ଜଣେ ନକଲି ଅଫିସର ହୋଇ ସେଲ୍ଫି ନେବାକୁ ମନେ ମନେ ସ୍ଥିର କରିନେଇଥିଲେ ଯୁବକ ଜଣଙ୍କ । ଆରୋପି ଜଣଙ୍କ ନିଜେ ସ୍ୱୀକାର କରିଛନ୍ତିକି ଏନେଇ ସେ ଏକ ନକଲି ଡ୍ରେସ କିଣିଥିଲେ । ତାହାକୁ ପିନ୍ଧି ଏୟାରଫୋର୍ସ ଅଧିକାରୀ ବେଶରେ IAF ଷ୍ଟେସନ ଭିତରକୁ ଯାଇଥିଲେ । କିନ୍ତୁ ଠିକ ସେହି ସମୟରେ ସେଠି ଉପସ୍ଥିତ ଥିବା ସୁରକ୍ଷା କର୍ମୀ ମାନଙ୍କର ତାଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତାଙ୍କୁ ଗିରଫ କରିନେଇଥିଲେ ।

ପୋଲିସ ତରଫରୁ ଜାରି ହୋଇଥିବା ସୂଚନା ମୁତାବକ ଜୁଲାଇ ୨୨ ତାରିଖରେ ନକଲି ବର୍ଦ୍ଦି ପିନ୍ଧି ଏୟାର ଫୋର୍ସ ଷ୍ଟେସନରେ ପଶି ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ । ତଥ୍ୟରୁ ଜଣାଯାଇଛିକି ଆରୋପି ଜଣଙ୍କ ନାଁ ହେଉଛି ଗୌରବ । ଗୌରବ ହେଉଛନ୍ତି ଉତ୍ତରପ୍ରଦେଶ ଆଲିଗଡର ସ୍ଥାୟୀ ବାସିନ୍ଦା । ତାଙ୍କୁ ଧରାଯିବା ପରେ ସୁରକ୍ଷା କର୍ମୀଙ୍କ ପ୍ରଶ୍ନରେ ସେ ଇଆଡୁ ସିଆଡ଼ୁ ଉତ୍ତର ଦେବାକୁ ଲାଗିଲେ । କିଛି ସମୟ ପରେ ସେ ସଠିକ ଉତ୍ତର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.