ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କ ବିଶ୍ୱାସ ଜିତିପାରିଲେ ଶିଖର ଧଓ୍ଵନ, ମ୍ୟାଚ ଜିତିବା ପରେ କଲେ ସେଲିବ୍ରେସନ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌କୁ ୨-୦ରେ ଜିତିସାରିଛି ଟିମ୍‌ ଇଣ୍ଡିଆ। ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୨ ଓ୍ଵିକେଟରେ ଜିତିବା ପରେ ଶିଖର ଧଓ୍ଵନ ନିଜ ଟ୍ଵିଟର ପେଜରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଶିଖର ଧଓ୍ଵନ ଟିମ୍‌ ସହିତ ବିଜୟ ଉତ୍ସବ ମନାଉଥିବାର ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଏହି ଭିଡିଓ ମ୍ୟାଚ୍‌ ପରେ ଡିନର ସମୟର ବୋଲି ଜଣାପଡିଛି। ଯେଉଁଥିରେ ଶିଖର ଧଓ୍ଵନଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ପାର୍ଟି କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ କ୍ୟାପସନରେ ଶିଖର ଏକ ଦମଦାର କଥା ମଧ୍ୟ ଲେଖିଛନ୍ତି। ଶିଖର ଧଓ୍ଵନ ଲେଖିଛନ୍ତି, ‘ଟ୍ୟାଲେଣ୍ଟ ଆପଣଙ୍କୁ ମ୍ୟାଚ ଜିତାଏ,କିନ୍ତୁ ଟିମ୍‌ର ସହଯୋଗ ଏବଂ ବୁଦ୍ଧିମାନ ହିଁ ଚାମ୍ପିଅନସିପ୍‌ ଜିତିଥାଏ। ଅଦ୍ଭୁତ ଲଢେଇ ପାଇଁ ଟିମକୁ ଶୁଭେଚ୍ଛା।

ରୋହିତ ଶର୍ମା ଇଂଲଣ୍ଡ ସିରିଜ ଜିତିବା ପରେ ୱେଷ୍ଟଇଣ୍ଡିଜ୍ ସିରିଜରୁ ବାଦ୍‌ ଦେଇ ବିଶ୍ରାମ ଦିଆଯାଇଛି। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେଇଛନ୍ତି ଗବ୍ଦର ଶିଖର ଧଓ୍ଵନ। ଆଉ ଶିଖର ଧଓ୍ଵନଙ୍କୁ ମିଳିଥିବା ଦାୟିତ୍ୱ ସେ ଭଲଭାବେ ତୁଲାଇଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କୁ ନିରାଶ କରିନାହାନ୍ତି ଧଓ୍ଵନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ ୨-୦ରେ ହାତେଇଛି ଟିମ୍‌ ଇଣ୍ଡିଆ।

ଶ୍ରେୟସ ଆୟର-ସଞ୍ଜୁ ସାମସନଙ୍କ ୯୯ ରନ ଭାଗୀଦାରି ପରେ ଅକ୍ଷର ପଟେଲଙ୍କ ୬୪ ରନ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା । ୨ ବଲ ପୂର୍ବରୁ ୮ ଓ୍ଵିକେଟ ହରାଇ ୩୧୨ ରନ ସଂଗ୍ରହ କରିନେଇଥିଲା । ଏହାସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ।

ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୩୧୧ ରନ କରିଥିଲା । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ । ଦୀପକ ହୁଡା, ଅକ୍ଷର ପଟେଲ ଓ ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଭାରତ ପକ୍ଷରୁ ଶ୍ରେୟସ ଆୟର ୬୩ ଓ ଅକ୍ଷର ପଟେଲ ଅପରାଜିତ ୬୪ ରନ କରିଥିଲେ । ସଞ୍ଜୁ ସାମସନ ୫୪ ରନ କରିଥିଲେ । ବୁଧବାର ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.