SBI ୟୁଜର୍ସଙ୍କ ପାଇଁ ଖୁସି ଖବର ! ଆଉ ଯିବାକୁ ପଡିବନି ବ୍ୟାଙ୍କ, ସବୁ କାମ ହୋଇଯିବ ହ୍ଵାଟ୍ସଆପରେ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିିଆ (SBI) ନିିଜର ହ୍ଵାଟ୍ସଆପ୍‌ ବ୍ୟାକିଙ୍ଗ ସର୍ଭିସକୁ ଆରମ୍ଭ କରିଛି। ଭାରତର ସବୁଠାରୁ ବଡ ବ୍ୟାଙ୍କ ଗୁଡିକ ଗୋଟିଏ ଗୋଟିଏ କରି ଅଫିସିଆଲ ଟ୍ଵିଟ୍‌ ମାଧ୍ୟମରେ ସେବା ଆରମ୍ଭ କରିବାର ଘୋଷଣା କରିଛି। ହ୍ଵାଟ୍ସଆପରେ ଉପଲବ୍ଧ ଥିବା ଏମିତି ସବୁ ବ୍ୟାକିଙ୍ଗ୍‌ ସେବା ଗୁଡିକ ୟୁଜର୍ସଙ୍କ ଜୀବନକୁ ସହଜ ବନାଇଦେବ। ମୁଖ୍ୟତଃ ସେମାନଙ୍କୁ ନିଜ ଖାତାର ଶେଷ ରାଶିର ଯାଞ୍ଚ୍‌ ପାଇଁ ଏକ ନୂଆ ଆପ୍‌ ଡାଉନଲୋଡ୍‌ କରିବା କିମ୍ବା ଏଟିଏମ୍‌ ଯିବାର ଆବଶ୍ୟକତା ହେବନାହିଁ। ହ୍ଵାଟ୍ସଆପରେ ସମସ୍ତ କାମ ହୋଇଯିବ।

ଏସବିଆଇ ଟ୍ଵିଟରରେ ଲେଖିଛି ଯେ, ‘ଆପଣଙ୍କ ବ୍ୟାଙ୍କ ଏବେ ହ୍ଵାଟ୍ସଆପରେ ରହିଛି। ନିଜ ଖାତାର ଲାଷ୍ଟ ବାଲାନ୍ସ ବିଷୟରେ ଜାଣନ୍ତୁ ଏବଂ ଚାଲୁଥିବାବେଳେ ବସିଥିବାବେଳେ ମିନି ଷ୍ଟେଟମେଣ୍ଟ ଦେଖନ୍ତୁ। WhatsApp ବ୍ୟାକିଙ୍ଗ ସେବା ପାଇଁ ଉପଯୋଗକର୍ତ୍ତାଙ୍କୁ କେବଳ +919022690226 ନମ୍ବରରେ ‘Hi’ ପଠାଇବାକୁ ହେବ।

ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ସେଗମେଣ୍ଟ ପତ୍ତା କରିବା ପାଇଁ ଏହି ଷ୍ଟେପ୍ସକୁ ଫଲୋ କରନ୍ତୁ

ଷ୍ଟେପ ୧ : ଆପଣଙ୍କୁ ସର୍ବପ୍ରଥମେ ଏସବିଆଇ ହ୍ଵାଟ୍ସଆପ୍‌ ବ୍ୟାକିଙ୍ଗ୍‌ ସେବା ପାଇଁ ନିଜର ଆକାଉଣ୍ଟକୁ ରେଜିଷ୍ଟର କରିବାକୁ ହେବ।
ଷ୍ଟେପ ୨ : ଏହି ସେବା ପାଇଁ ରେଜିଷ୍ଟର କରିବାକୁ ଆପଣଙ୍କୁ ବ୍ୟାଙ୍କରେ ରେଜିଷ୍ଟର୍ଡ ହୋଇଥିବା ନିଜର ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରୁ 917208933148ରେ “SMS WAREG A/c No” ପଠାଇବାକୁ ହେବ।
ଷ୍ଟେପ ୩ : ରେଜିଷ୍ଟ୍ରେସନ୍‌ ପୂରା ହେବା ପରେ +919022690226 ନମ୍ବରକୁ ହାଏ ପଠାନ୍ତୁ।
ଷ୍ଟେପ ୪ : ଏହାପରେ ଆପଣଙ୍କ ପାଖକୁ, ‘ପ୍ରିୟ ଗ୍ରାହକ, ଏସବିଆଇ ହ୍ଵାଟ୍ସଆପ୍‌ ବ୍ୟାକିଙ୍ଗ୍‌ ସେବାରେ ଆପଣଙ୍କୁ ସ୍ୱାଗତ’ ଲେଖାଥିବା ଏକ ମେସେଜ୍‌ ଆସିବ।
ଏହାପରେ ତିନିଟି ବିକଳ୍ପ ମଧ୍ୟରୁ କୌଣସି ଗୋଟିଏକୁ ଚୟନ କରନ୍ତୁ। ଯେମିତି କି ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ହ୍ଵାଟ୍ସଆପ ବ୍ୟାକିଙ୍ଗରେ ଡି-ରେଜିଷ୍ଟର। ଏହି ତିନିଟି ବିକଳ୍ପକୁ ଆରମ୍ଭ କରିବା ପାଇଁ ଆପଣ ନିଜର କ୍ୱେରୀକୁ ବି ଟାଇପ୍‌ କରିପାରିବେ।
ଷ୍ଟେପ ୫ : ନିଜର ଆବଶ୍ୟକତା ଅନୁସାରେ ବିକଳ୍ପ ଚୟନ କରନ୍ତୁ। ନିଜ ଖାତାର ଲାଷ୍ଟ ବାଲାନ୍ସ ଚେକ କରିବା ପାଇଁ ‘୧’ ଟାଇପ୍‌ କରନ୍ତୁ। ମିନି ଷ୍ଟେଟମେଣ୍ଟ ପାଇଁ ଟାଇପ ‘୨’ ଏଣ୍ଟର କରନ୍ତୁ। ଆପଣଙ୍କ ଆକାଉଣ୍ଟ ବାଲାନ୍ସ କିମ୍ବା ମିନି ଷ୍ଟେଟମେଣ୍ଟ ଏବେ ହ୍ଵାଟ୍ସଆପରେ ଶୋ କରିବ।

ଏହାବାଦ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ନିଜର କ୍ରେଡିଟ କାର୍ଡ ୟୁଜର୍ସଙ୍କୁ ଏସବିଆଇ କାର୍ଡ ହ୍ଵାଟ୍ସଆପ୍‌ କନେକ୍ଟ ନାମରେ ହ୍ଵାଟ୍ସଆପ୍‌ ଆଧାରିତ ସେବା ମଧ୍ୟ ପ୍ରଦାନ କରିଥାଏ। ଏହି ସେବା ଏସବିଆଇ କ୍ରେଡିଟ୍‌ କାର୍ଡ ଗ୍ରାହକଙ୍କୁ ନିଜର ଆକାଉଣ୍ଟ ସମରୀ, ରିଓ୍ଵାର୍ଡ ପଏଣ୍ଟ, ବକେୟା ରାଶି, କାର୍ଡରୁ ପେମେଣ୍ଟ କରିବା ଆଦି ଯାଞ୍ଚ୍‌ କରିବା ପାଇଁ ଅନୁମତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.