ସନ୍ତାନ ପ୍ରାପ୍ତି ଠୁ ଆର୍ଥିକ ସମସ୍ୟା ଯାଏଁ ସବୁ ଅସୁବିଧାକୁ ଦୂର କରିବାକୁ ଶ୍ରାବଣ ଶିବରାତ୍ରିରେ କରନ୍ତୁ ଏହି ବିଶେଷ କାମ

ହିନ୍ଦୁ ଧର୍ମ ଶାସ୍ତ୍ରରେ ଶ୍ରାବଣ ମାସର ବେଶ୍‌ ଗୁରୁତ୍ୱ ରହିଛି। ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏଣୁ ଶ୍ରାବଣ ମାସରେ ଭକ୍ତମାନେ ମହାଦେବଙ୍କ ଉପରେ ପାଣି ଲାଗି କରି ଆଶୀର୍ବାଦ ଲୋଡ଼ିଥାନ୍ତି। ଏହି ମାସରେ ବିଧି ମୁତାବକ ମହାଦେବଙ୍କ ପୂଜା କଲେ ଶିବ ଆଶୀର୍ବାଦ ବର୍ଷା କରିଥାନ୍ତି। ଏଥିସହ ଭକ୍ତର ସବୁ ମନୋକାମନା ପୂରଣ କରିଥାନ୍ତି। ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁ କାମନା କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଶ୍ରାବଣ ମାସ ଖୁବ୍‌ ଖାସ୍‌।

ହିନ୍ଦୁ ଶାସ୍ତ୍ର ମୁତାବକ, ଶ୍ରାବଣ ଶିବରାତ୍ରି ୨୬ ଜୁଲାଇ ୨୦୨୨, ଅର୍ଥାତ୍‌ ଆସନ୍ତାକାଲି ପାଳିତ ହେବ। ଏହି ଦିନ କିଛି ବିଶେଷ ଉପାୟ କଲେ ଶୀଘ୍ର ମନୋବାଞ୍ଛା ପୂରଣ ହୁଏ।

ଯେଉଁ ଦମ୍ପତି ସନ୍ତାନ ସୁଖ ପାଇବାକୁ ଚାହୁଁଛନ୍ତି ଓ ଦୀର୍ଘ ଦିନ ହେଲାଣି ଛୁଆଟିଏ ପାଇଁ ଅପେକ୍ଷା କରିଛନ୍ତି, ସେମାନେ ଶ୍ରାବଣ ଶିବରାତ୍ରି ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବ ଲିଙ୍ଗରେ ଶୁଦ୍ଧ ଘିଅ ଲାଗି କରନ୍ତୁ। ଏହା ପରେ ଗଙ୍ଗା ଜଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଧ୍ୟାନ ରଖିବେ ଶିବରାତ୍ରି ଦିନ ଏହି ପୂଜା ସ୍ୱାମୀ-ସ୍ତ୍ରୀ ଏକାଠି କରିବେ। ଜଳ ଲାଗି କରିବା ସମୟରେ ମହାଦେବଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବା ଆବଶ୍ୟକ।

ସେହିପରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ୟକ୍ତି ଶ୍ରାବଣ ଶିବରାତ୍ରିରେ ଶିବ ଲିଙ୍ଗଙ୍କୁ କ୍ଷୀର, ଦହି, ମିଶ୍ରି, ମହୁ ଓ ଘିଅରେ ଅଭିଷେକ କରନ୍ତୁ। ତେବେ ଧ୍ୟାନ ରଖିବେ ଏହି ସମସ୍ତ ସାମଗ୍ରୀ ଏକାସାଙ୍ଗେ ଅର୍ପଣ କରନ୍ତୁ ନାହିଁ। ବରଂ ଗୋଟିଏ ଗୋଟିଏ କରି ଅର୍ପଣ କରନ୍ତୁ। ଏହା ପରେ ଜଳ ଚଢ଼ାନ୍ତୁ। ଏ ଅବସରରେ ‘ଓଁ ପାର୍ବତୀପତୟେ ନମଃ’ ମନ୍ତ୍ର ଜପ କରନ୍ତୁ। ମହାଦେବ ଓ ଦେବୀ ପାର୍ବତୀ ଶୀଘ୍ର ପ୍ରସନ୍ନ ହେବେ।

ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି କିମ୍ବା କୌଣସି ବାଧା ଉପୁଜୁଛି, ସେମାନେ ଶ୍ରାବଣ ଶିବରାତ୍ରିରେ ହଳଦିଆ ରଙ୍ଗ ବସ୍ତ୍ର ପିନ୍ଧି ମହାଦେବଙ୍କ ପୂଜା କରନ୍ତୁ। ଏହି ଦିନ ଶିବଲିଙ୍ଗରେ ୧୦୮ ବେଲ ପତ୍ର ଲାଗି କରନ୍ତୁ। ବେଲ ପତ୍ର ଲାଗି କରିବା ବେଳେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଶୀଘ୍ର ବିବାହ ହୋଇଯିବ।

Also Read: ଭୂମିକମ୍ପର ଜୋରଦାର ଝଟ୍‌କାରେ ଦୋହଲି ଗଲା ନେପାଳ, ତୀବ୍ରତା ଥିଲା ୪.୧ ରିକ୍ଟର ସ୍କେଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.