ଛତିଶଗଡ଼ ରାଜଧାନୀରେ କୁରୁସଭା, ନାବାଳିକାଙ୍କ ଚୁଟି ଧରି ଭିଡିଭିଡି ନେଲା ଅଭିଯୁକ୍ତ

ଛତିଶଗଡ଼ ରାଜଧାନୀରେ କୁରୁସଭାର ଦୃଶ୍ୟ। ରାଜରାସ୍ତାରେ ଜଣେ ନାବାଳିକାଙ୍କ ଚୁଟି ଧରି ଭିଡିଭିଡି ନେଉଛି ଅଭିଯୁକ୍ତ । ଶନିବାର ସଂଧ୍ୟାରେ ରାୟପୁର ଗୁଧିଆରି ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଚ ରାସ୍ତାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଚୁଟି ଧରି ନାବାଳିକାଙ୍କୁ ଭିଡିଭିଡି ନେଉଛି ଅଭିଯୁକ୍ତ। ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ପୋଲିସ।

ଅଭିଯୁକ୍ତ ଓମକାର ତିଓ୍ଵାରୀ ଓରଫ ମନୋଜ ନାଁରେ ଆର୍ମସ ଆକ୍ଟ ଓ ଆଇପିସିର ବିଭିନ୍ନ ଦଫା ଲଗାଇଛି ପୋଲିସ । ପୋଲିସ ସୂଚନା ମୁତାବକ, ନାବାଳିକା ପୀଡ଼ିତା ୪୭ ବର୍ଷୀୟ ଅଭିଯୁକ୍ତ ଓମକାର ତିଓ୍ଵାରୀର ଦୋକାନରେ କାମ କରୁଥିଲେ। ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ଓମକାର ।

ପ୍ରସ୍ତାବ ଅସ୍ୱୀକାର କରିଥିଲେ ପୀଡ଼ିତାଙ୍କ ମା । ପୀଡ଼ିତା ଦୋକାନ ଛାଡ଼ିବାକୁ କହିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଚୁଟି ଘୋଷାଡ଼ି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଓମକାର। ପୋଲିସ ଘଟଣାର ଅଧିକ ଛାନଭିନ କରୁଛି। ଆହତ ପୀଡ଼ିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। .