ଇଂଜିନିୟର ଯୁବକଙ୍କ ଅଦ୍ଭୁତ କାରନାମା : ମହିଳାଙ୍କ ଓ୍ଵାସରୁମରେ ବୁର୍ଖା ପିନ୍ଧି ନିଜ ମୋବାଇଲରୁ କରୁଥିଲା ଭିଡିଓ, ଗିରଫ କଲା ପୋଲିସ
ମହିଳାଙ୍କ ଓ୍ଵାସରୁମରୁ ଭିଡିଓ ବନାଇବା ପଡିଲା ଭାରୀ । ଏହ ଅପରାଧରେ ପୋଲିସ ଗିରଫ କରିଛି ଜଣେ ବିଟେକ ଯୁବକଙ୍କୁ । ଘଟଣାଟି ଘଟଛି କେରଳର ଏକ ଲୋକପ୍ରିୟ ଲୁଲୁ ମଲରେ । ୨୩ ବର୍ଷ ବୟସ୍କ ଜଣେ ବିଟେକ ଇଂଜିନିୟର ଜଣକ ଏହି ମଲର ଓ୍ଵାସରୁମରେ ନିଜର ମୋବାଲକୁ ଏକ ବକ୍ସ ଭିତରେ ସେଟ କରି ରଖିଥିଲେ ।

ବୁର୍ଖା ପିନ୍ଧି ଓ୍ଵାସରୁମର ଡୋର ପାଖରେ ଠିଆ ହେବା ଯୋଗୁ ତାଙ୍କ ଉପରେ ସନ୍ଧେହ ପ୍ରକାଶ ପାଇଥିଲା । ଫଳରେ ମଲର ସୁରକ୍ଷା ଗାର୍ଡ ପୋଲିସକୁ ଜଣାଇଥିଲା । ପୋଲିସ ଆସି ଘଟଣାର ପର୍ଦ୍ଦା ଫାସ କରିଥିଲା । ଉକ୍ତ ଯୁବକ ଜଣକ ଜଣେ ବିଟେକ ଇଂଜନିୟର ଥିବା ବେଲେ ଏକ ଲୋକାଲ ବଡ଼ କମ୍ପାକୀରେ ଆଇଟି ଇଂଜିନିୟର ଭାବେ କାମ କରୁଥିଲେ ।
ସେ ନିଜକୁ ବୁର୍ଖାରେ ଘୋଡାଇ ରଖି ଛଦ୍ମ ବେଶୀ ମହିଳା ଭାବେ ଓ୍ଵାସରୁମରେ ପ୍ରବେଶ କରିପାରୁଥିଲେ । ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କିରିବା ସହ ତାଙ୍କ ମୋବାଇଲକୁ ଜବତ କରିଛି । ସେ ଏପରି କାର୍ଯ୍ୟ ଆଗରୁ କରୁଥିଲେ କିମ୍ବା ଏହା ପ୍ରଥମ ଥର ପୋଲିସ ତଦନ୍ତ ଜାରି ରଖିଛି । ଯୁବକକୁ ଗିରଫ ପରେ କୋର୍ଟ ପଠାଇ ଦିଆଯାଇଛି ।