Below header

ଆଇନ ଆଗରେ ଠିଆ ହେଲେ ଦେହରୁ ପୋଷାକ ହୋଇଯାଉଛି ଗାଏବ ! ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କା ଠକିଥିବା ୩ ଅଭିଯୁକ୍ତ ଗିରଫ

ପଶ୍ଚିମବଙ୍ଗର ଏହି ୩ ଠକ କାନପୁରର ଅବିନାଶଙ୍କୁ ଡାକି ଡିଲ କରୁଥିଲେ । ପ୍ରଥମେ ୯ଲକ୍ଷ ଟଙ୍କା ମାଗିଥିବା ଠକ ପରେ ୨୧ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ସନ୍ଦେହ ହେବାରୁ ଅବିନାଶ ସେମାନଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ।

ଭୁବନେଶ୍ବର(କେନ୍ୟୁଜ୍): ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କାର ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ତିନି ଜଣ ପଶ୍ଚିମବଙ୍ଗର। କାନପୁରର ଅବିନାଶ ଶୁକ୍ଳାଙ୍କୁ   ଏମାନେ ଠକିଥିଲେ। ଅଭିଯୁକ୍ତଙ୍କ ଠାରୁ ୨୮ହଜାର ଟଙ୍କା, ୫ଟି ମୋବାଇଲ, ବ୍ୟାଙ୍କ ଏଗ୍ରିମେଣ୍ଟ, ମାରୁତି କାର ଆଦି ଜବତ ହୋଇଛି।  ଜୟଦେବ ବିହାରର ଏକ ହୋଟେଲରେ ଡିଲ ହୋଇଥିଲା।

ପଶ୍ଚିମବଙ୍ଗର ଏହି ୩ ଠକ କାନପୁରର ଅବିନାଶଙ୍କୁ ଡାକି ଡିଲ କରୁଥିଲେ । ପ୍ରଥମେ ୯ଲକ୍ଷ ଟଙ୍କା ମାଗିଥିବା ଠକ ପରେ ୨୧ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ସନ୍ଦେହ ହେବାରୁ ଅବିନାଶ ସେମାନଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ ଡିଲ୍ ସମୟରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ସେମାନେ ଏହିପରି ଭାବେ ଅନ୍ୟମାନଙ୍କୁ ଠକିଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.