Below header

ସିମ୍ କାର୍ଡ ଡିଲରଙ୍କ ପାଇଁ ପୋଲିସ ଭେରିଫିକେସନ ବାଧ୍ୟତାମୂଳକ, ବହୁ ସଂଖ୍ୟାରେ ସିମ୍ ବିକ୍ରୀ ଉପରେ ଲାଗିଲା ରୋକ୍

ମେ ମାସ ପରଠୁ ୩୦୦ ସିମ କାର୍ଡ ଡିଲରଙ୍କ ନାଁରେ ଦାୟର ହୋଇଛି ଏଫଆଇଆର । ଏସବୁ ଅନୁଧ୍ୟାନ ପରେ ଜଣା ପଡିଛି ଡିଲରମାନେ ସିମ୍ କାର୍ଡ ବିକ୍ରୀ ସମୟରେ ନିୟମ ମାନୁ ନାହାଁନ୍ତି । ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ପୋଲିସ ଭେରିଭିକେସନ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ସିମ୍ କାର୍ଡ ଜାଲିଆତି ରୋକିବାକୁ କେନ୍ଦ୍ର ସରକାରଙ୍କ ୨ଟି ବଡ଼ ପଦକ୍ଷେପ । ସିମ୍ କାର୍ଡ ଡିଲରଙ୍କ ପାଇଁ ପୋଲିସ ଭେରିଫିକେସନ ବାଧ୍ୟତାମୂଳକ ହେବ । ବଲ୍କ କନେକ୍ସନ ଅର୍ଥାତ ଏକାଥରେ ବହୁ ସଂଖ୍ୟାରେ ସିମ୍ ବିକ୍ରୀ ଉପରେ ରୋକ୍ ଲାଗିଛି । ଏଣିକି ଡିଲରମାନଙ୍କର ପୋଲିସ ଭେରିଫିକେସନ ସହ ପଞ୍ଜିକରଣ ବାଧ୍ୟତାମୂଳକ ହେବ । ସଞ୍ଚାର ସାଥୀ ପୋର୍ଟାଲ ଜରିଆରେ ବର୍ତ୍ତମାନ ସୁଦ୍ଧା ଜାଲିଆତି କରି ହାସଲ କରାଯାଇଥିବା ୫୨ ଲକ୍ଷ ସିମକାର୍ଡକୁ ଡିଆକ୍ଟିଭେଟ୍ କରାଯାଇଛି ।

୬୭ ହଜାର ଡିଲରଙ୍କୁ ବ୍ଲାକ ଲିଷ୍ଟ କରାଯାଇଛି । ମେ ମାସ ପରଠୁ ୩୦୦ ସିମ କାର୍ଡ ଡିଲରଙ୍କ ନାଁରେ ଦାୟର ହୋଇଛି ଏଫଆଇଆର । ଏସବୁ ଅନୁଧ୍ୟାନ ପରେ ଜଣା ପଡିଛି ଡିଲରମାନେ ସିମ୍ କାର୍ଡ ବିକ୍ରୀ ସମୟରେ ନିୟମ ମାନୁ ନାହାଁନ୍ତି । ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ପୋଲିସ ଭେରିଭିକେସନ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।

ସେହିପରି ସିମ୍ ବକ୍ସ ଜରିଆରେ ସିମ୍ କାର୍ଡର ଅପବ୍ୟବହାର ଓ ଜାଲିଆତି କରି ଫ୍ରଡ୍ କଲକୁ ଅଟକାଇବା ପାଇଁ ବଲ୍କ କନେକ୍ସନ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ତାରି ସ୍ଥାନରେ ଆସିବ ବିଜନେସ କନେକସନ । ବିଜନେସ୍/କର୍ପୋରେଟଗୁଡିକୁ ବହୁ ସଂଖ୍ୟାରେ ସିମ୍ ନେଇ ପାରିବେ । ଜିଏସଟି/ପ୍ୟାନ୍/ଆଇଟି ପଞ୍ଜିକରଣ ଜରିଆରେ ସିମ୍ ନେଇ ହେବ । ବିଜ୍ ନେସ କନେକ୍ ସନରୁ ସିମ୍ ନେଇଥିବା ବ୍ୟକ୍ତିଙ୍କ KYC ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.