ଭାରତର ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ, ପରେ ଧର୍ମ ପରିବର୍ତ୍ତନ କରିଛନ୍ତି : ଗୁଲାମ ନବୀ
ଏହି ଭିଡିଓରେ ଆଜାଦ କହୁଥିବାର ଦେଖାଯାଇଛି ଯେ ହିନ୍ଦୁ ଧର୍ମ ଇସଲାମ ଠାରୁ ପୁରୁଣା ଓ ସବୁ ମୁସଲମାନ ର୍ପୂବରୁ ହିନ୍ଦୁ ଥିଲେ ।

ନୂଆଦିଲ୍ଲୀ : କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟି ଗଢ଼ିଥିବା ଜମ୍ମୁ-କଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆଜାଦ କହୁଥିବାର ଦେଖାଯାଇଛି ଯେ ହିନ୍ଦୁ ଧର୍ମ ଇସଲାମ ଠାରୁ ପୁରୁଣା ଓ ସବୁ ମୁସଲମାନ ର୍ପୂବରୁ ହିନ୍ଦୁ ଥିଲେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଜମ୍ମୁ-କଶ୍ମୀରର ଏକ ସଭାରେ ୯ ଅଗଷ୍ଟରେ କୁହାଯାଉଥିବା ଦେଖାଯାଇଛି । ଆଜାଦ ଆହୁରି କହିଥିଲେ ଇସଲାମର ଜନ୍ମ ୧୫୦୦ ବର୍ଷ ପୂର୍ବେ ହୋଇଥିଲା । ଭାରତରେ କେହି ବି ବାହାରର ନୁହଁନ୍ତି । ଆମେ ସମସ୍ତେ ଏହି ଦେଶର ଅଟୁ । ଭାରତର ମୁସଲମାନ ପ୍ରଥମରୁ ହିନ୍ଦୁ ଥିଲେ ଯିଏ ପରେ ଧର୍ମାନ୍ତର ହୋଇଛନ୍ତି ।
ଆଜାଦ ଆହୁରି ମଧ୍ୟ କହିଛନ୍ତି କଶ୍ମୀରରେ ୬୦୦ ର୍ପୂବରୁ କେବଳ କଶ୍ମୀର ପଣ୍ଡିତ ଥିଲେ । ପୁଣି କିଛି ଲୋକ ଧର୍ମାନ୍ତର ହୋଇ ମୁସଲମାନ ହୋଇଛନ୍ତି । ତେଣୁ ଧର୍ମକୁ ରାଜନୀତି ସହ ଯୋଡା ଜିବା ଉଚିତ୍ ନୁହେଁ ବୋଲି ଆଜାଦ କହିଥିଲେ ।
ମୋଗଲ ସେନାରେ ୧୦-୨୦ ଲୋକ ମୁସଲମାନ ରହିଥିବେ ହେଲେ ବାକି ସବୁ ହିନ୍ଦୁ ଓ ଶିଖରୁ ଧର୍ମାନ୍ତର ଅଟନ୍ତି । ଏହାର ଉଦାହରଣ କଶ୍ମୀର,କାରଣ ୬୦୦ ବର୍ଷ ର୍ପୂର୍ବେ କଶ୍ମୀରରେ କେହି ମୁସଲମାନ ନଥିଲେ । ଆମେ ହିନ୍ଦୁ, ମୁସଲମାନ, ଦଳିତ ଓ କଶ୍ମୀରଙ୍କ ପାଇଁ ଦେଶ ନିର୍ମାଣ କରିଛୁ । ଏଠାରେ କେହି ବି ବାହାରୁ ଆସି ନାହାଁନ୍ତି ବୋଲି କହିଛନ୍ତି ଆଜାଦ ।