ରାଜସ୍ଥାନ: ଧକ୍କା ପରେ ବନେଟ୍ ଉପରେ ପଡ଼ିଗଲେ ମହିଳା, ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲେ କାର୍ ଚାଳକ
ରାଜସ୍ଥାନର ହନୁମାନଗଡ଼ରେ ଘଟିଛି ଏକ ଅମାନବୀୟ ଘଟଣା। ଏଠାରେ ଜଣେ କାର୍ ଡ୍ରାଇଭର ମହିଳାଙ୍କୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜସ୍ଥାନର ହନୁମାନଗଡ଼ରେ ଘଟିଛି ଏକ ଅମାନବୀୟ ଘଟଣା। ଏଠାରେ ଜଣେ କାର୍ ଡ୍ରାଇଭର ମହିଳାଙ୍କୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳାଙ୍କୁ କାର୍ ଡ୍ରାଇଭର ବନେଟ୍ ଉପରେ ପକାଇ ଘୋଷାଡ଼ି ନେଉଛନ୍ତି।
ଏହି ସମୟରେ କିଛି ଲୋକ ମହିଳାଙ୍କୁ ବଞ୍ଚାଇବା ପାଇଁ କାର୍ ପଛରେ ଦୌଡ଼ିଥିଲେ ମଧ୍ୟ ଡ୍ରାଇଭର ଗାଡ଼ି ଅଟକାଇ ନ ଥିଲେ। ପୋଲିସ ସୂଚନା ମୁତାବକ, ଏହି ଘଟଣା ହନୁମାନଗଡ଼ର କେନ୍ଦ୍ରୀୟ ବସ୍ଷ୍ଟାଣ୍ଡ୍ର। ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ କାର୍ ଡ୍ରାଇଭରଙ୍କୁ ଚିହ୍ନଟ କରିଛି।
କାର୍ ରାଓ୍ଵଲା ନିବାସୀ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ରହିଛି। ଘଟଣାର ଭିଡିଓକୁ ପ୍ରଥମେ ଜୟପୁର ଗ୍ରାମୀଣରୁ ବିଜେପି ସାଂସଦ କର୍ଣ୍ଣଲ ରାଜ୍ୟବର୍ଦ୍ଧନ ରାଠୌଡ଼ ନିଜ ଟ୍ଵିଟର ହ୍ୟାଣ୍ଡେଲ୍ରେ ସେୟାର କରିଥିଲେ। ସେ ଏହି ଭିଡିଓ ସେୟାର କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଲେଖିଥିଲେ, ‘ଆପଣଙ୍କ କୁଶାସନ’।
ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପୀଡ଼ିତା ମହିଳା ଏ ପର୍ଯ୍ୟନ୍ତ ଥାନାରେ ସମ୍ପୃକ୍ତ କାର୍ ଚାଳକଙ୍କ ବିରୋଧରେ କୌଣସି ଏତଲା ଦେଇ ନାହାନ୍ତି। ବର୍ତ୍ତମାନ ପୋଲିସ ପୀଡ଼ିତା ମହିଳା ଓ କାର୍ ଚାଳକଙ୍କୁ ଖୋଜୁଛି।
सत्ता के संरक्षण में बदमाशों ने थामी अपराध की स्टेयरिंग !
राजस्थान के हनुमानगढ़ में दिनदहाड़े बदमाश कार के बोनट पर एक महिला को घसीट रहे हैं। गहलोत जी, रोज़ाना सरेआम जब ऐसी वारदात महिलाओं के साथ हो रही हैं तो क्या आपको अंदाज़ा भी है कि पूरे राजस्थान में आपके कुशासन में महिलाओं का… pic.twitter.com/ZvoyTRPuiI
— Col Rajyavardhan Rathore (@Ra_THORe) August 16, 2023