ଦେଶର ଏହି ୟୁନିକ ଟ୍ରେନରେ ଝରକା-କବାଟ ନାହିଁ , ତଥାପି ଲୋକମାନେ ସହଜରେ ଯାତ୍ରା କରନ୍ତି , କିପରି?

ଝରକା ଏବଂ କବାଟ ନଥିବା ଟ୍ରେନ୍ New Modified Goods ଓ NMG Coach Train ଭାବରେ ଜଣାଶୁଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ ସହ ଯୋଡ଼ି ହୋଇଥିବା କୋଚ ଏକ ନିର୍ଦ୍ଧିଷ୍ଟ ସମୟ ଧରି ସେବା ପ୍ରଦାନ କରିବା ପରେ ଅବସର ନେଇଥାନ୍ତି। ମାନେ ସେହି ଟ୍ରେନ ଆଉ ବ୍ୟବହାର ଉପଯୋଗୀ ହୋଇନଥାଏ । ଯେ କୌଣସି ଟ୍ରେନ କୋଚ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଥାଏ । ଯାହାକୁ ମରାମତି କରି ଆହୁରି ୫-୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏହା ପରେ ଆଉ କାମରେ ଏହା ଲାଗେ ନାହିଁ ।

ଭାରତୀୟ ରେଳବାଇର ସବୁଠୁ ୟୁନିକ ଟ୍ରେନ। ଯାହାର ନା ଅଛି କବାଟ ନା ଅଛି ଝରକା । ଲୋକତ ସବୁଠୁ ଅଧିକ ଟ୍ରେନ ରେ ଯାତାୟାତ କରିଥାନ୍ତି । କିନ୍ତୁ ବିନା କବାଟ ଓ ଝରକାରେ ଲୋକମନେ ଏଭଳି ଟ୍ରେନ ରେ କେମିତି ଯା ତ୍ରା କରୁଛନ୍ତି ଆପଣ ଭାବୁଥିବେ । କିନ୍ତୁ ଏହା ସତ , ଦେଶର ଏମିତି ଏକ ଟ୍ରେନ ରହିଛି ଯାହା ରହିଛି ସବୁଠୁ ସ୍ୱତନ୍ତ୍ର । ଦେଶରେ ଏପରି ଟ୍ରେନ୍ , ଯାହାର କୋଚ ମଧ୍ୟରେ କୌଣସି ଝରକା କିମ୍ବା କବାଟ ନଥାଏ। ଆପଣ କେବେ ବି ଏପରି କୋଚ ରହିଥିବା ଟ୍ରେନ୍ ଦେଖି ନଥିବେ। ଆଜି ଆମେ ଏଭଳି ଟ୍ରେନ ଦେଖାଇବୁ ।

ଦେଶର ଜୀବନରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ଏହି ରେଳବାଇ। ଆପଣ ନିହାତି ଟ୍ରେନ ଯୋଗେ ଯାତ୍ରା କରିଥିବେ। ହେଲେ କ’ଣ ଆପଣ ଜାଣନ୍ତି ଭାରତୀୟ ରେଳବାଇ ଏପରି ଟ୍ରେନ୍ ଚଳାଇଥାଏ ଯାହାର କୋଚ ମଧ୍ୟରେ କୌଣସି ଝରକା କିମ୍ବା କବାଟ ନ ଥାଏ। ବୋଧହୁଏ ଆପଣ ଏପରି ଟ୍ରେନ୍ ଦେଖି ନ ଥାଇ ପାରନ୍ତି। ହେଲେ ରେଳବାଇ ଦ୍ୱାରା ଏପରି ଏକ ଟ୍ରେନ୍ ଚାଲିଥାଏ, ଯାହାର କୌଣସି ଝରକା କିମ୍ବା କବାଟ ନାହିଁ।

ଝରକା ଏବଂ କବାଟ ନଥିବା ଟ୍ରେନ୍ New Modified Goods ଓ NMG Coach Train ଭାବରେ ଜଣାଶୁଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ ସହ ଯୋଡ଼ି ହୋଇଥିବା କୋଚ ଏକ ନିର୍ଦ୍ଧିଷ୍ଟ ସମୟ ଧରି ସେବା ପ୍ରଦାନ କରିବା ପରେ ଅବସର ନେଇଥାନ୍ତି। ମାନେ ସେହି ଟ୍ରେନ ଆଉ ବ୍ୟବହାର ଉପଯୋଗୀ ହୋଇନଥାଏ । ଯେ କୌଣସି ଟ୍ରେନ କୋଚ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଥାଏ । ଯାହାକୁ ମରାମତି କରି ଆହୁରି ୫-୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏହା ପରେ ଆଉ କାମରେ ଏହା ଲାଗେ ନାହିଁ ।

ଆଉ ଏହି କୋଚ୍ ସେବା ଯୋଗାଇବାର ୨୫ ବର୍ଷ ପୂରଣ କରିବା ପରେ Integral Coach Factory ଆଇସିଏଫ୍ ଏହି କୋଚ୍ ଯାତ୍ରୀବାହୀ ଟ୍ରେନ ସେବାରୁ ବା Passenger Train Serviceରୁ ହଟାଇ ଦେଇଥାଏ। ଯାହା ପରେ ଏହାକୁ NMG Rake ନାମରେ Auto Carrier ଭାବରେ ବ୍ୟବହାର କରାଯାଏ। ଏନଏମଜି ହେଉଛି ଏକ ରୂପାନ୍ତରିତ ହୋଇଥିବା ମାଲଗାଡ଼ି ବା Newly Modified Goods Wagon। ମାନେ ଏମିତି ବି ବୁଝା ଯାଇ ପାରିବ ଯେ ଯାତ୍ରୀବାହି ଟ୍ରେନ କୋଚ ୨୫ ବର୍ଷ ପରେ ମାଲଗାଡ଼ି କୋଚ ଭାବେ ବ୍ୟବହାର କରାଯାଏ।

NMG Wagon ରେଳଗାଡ଼ିର ସମସ୍ତ ଝରକା ଏବଂ କବାଟ ସିଲ୍ କରି ଦିଆଯାଇଥାଏ। ଏହାକୁ ସିଲ୍ କରିବା ପରେ ଏହି ୱାଗନ୍ ରେ କାର, ମିନି ଟ୍ରକ୍ ଏବଂ ଟ୍ରାକ୍ଟର ସହଜରେ ଲୋଡିଂ ଅନଲୋଡିଂ ହୋଇଥାଏ । ଯେତେବେଳେ କୌଣସି ସାଧାରଣ କୋଚ ଯଦି ଏନଏମଜି ୱାଗନ ଭାବରେ ବ୍ୟବହାର କରାଯାଏ, ସେତେବେଳେ ଏହାର ସିଟ୍, ଲାଇଟ, ଫ୍ୟାନ ବି ବାହାର କରାଯାଏ । ଏହା ବ୍ୟତୀତ ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ଏହା ମଧ୍ୟରେ ଲୁହା ପଟ୍ଟି ରଖାଯାଏ। ଏହା ମଧ୍ୟରେ କୌଣସି ସମଗ୍ରୀ ରଖିବାକୁ, କୋଚ ପଛରେ ଏକ କବାଟ ଲଗାଯାଇଥାଏ। ଏହି କବାଟ ଖୋଲି ଟ୍ରେନ ମଧ୍ୟରେ ପରିବହନ ସମଗ୍ରୀ ରଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.