Below header

ସ୍ତ୍ରୀକୁ ପେଚ୍‌କସରେ ଭୁସି ନାକ କାମୁଡ଼ି ଛିଣ୍ଡାଇ ଦେଲା ସ୍ୱାମୀ; ଜେଲ୍‌ରୁ ଫେରି ଝଗଡ଼ାର ନେଲା ଏମିତି ପ୍ରତିଶୋଧ

ରାଜଧାନୀ ଦିଲ୍ଲୀରେ ରବିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଜ ସ୍ତ୍ରୀ ସହିତ ହୋଇଥିବା ଝଗଡ଼ାର ପ୍ରତିଶୋଧ ନେଇଛନ୍ତି। ଏଥିପାଇଁ ଯୁବକ ଜଣକ ସ୍ତ୍ରୀକୁ ପେଚ୍‌କସରେ ମାରି ଲହୁଲୁହାଣ କରି ପକାଇଛନ୍ତି। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ସେ ପେଚ୍‌କସ ମାରିବା ପରେ ମଧ୍ୟ ସ୍ତ୍ରୀର ନାକକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

ଘର ଭିତରେ ବଡ଼ ଜୋର୍‌ରେ ପାଟି ଶୁଣି ପାଖ ପଡ଼ୋଶୀମାନେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ନେଇଥିଲା। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଡେଟିଙ୍ଗ୍‌-ପେଣ୍ଟିଙ୍ଗ୍‌ର କାମ କରନ୍ତି। ସେ ସ୍ତ୍ରୀକୁ ପ୍ରଥମେ ପେଚ୍‌କସରେ ଅନେକ ଥର ଆକ୍ରମଣ କରିବା ପରେ ତାଙ୍କ ନାକକୁ ଦାନ୍ତରେ କାମୁଡ଼ି ଦେଇଥିଲେ। ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଛି।

ଅଭିଯୁକ୍ତଙ୍କ ନାମ ଚେତରାମ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ସ୍ତ୍ରୀ ସହ ଝଗଡ଼ା କରିବାକୁ ନେଇ ସିଆର୍‌ପିସି ଧାରା ୧୦୭/୧୫୧ ଅଧୀନରେ ତାଙ୍କୁ ଜେଲ୍‌ ପଠାଯାଇଥିଲା। ୨ ଦିନ ପରେ ଅଭିଯୁକ୍ତ ଜେଲ୍‌ରୁ ମୁକୁଳି ଆସିଥିଲେ। କିନ୍ତୁ ଘଟଣାକୁ ନେଇ ସ୍ତ୍ରୀ ଉପରେ ତାଙ୍କର ରାଗ ରହିଥିଲା। ଘରକୁ ଫେରିବା କ୍ଷଣି ସେ ପେଚ୍‌କସରେ ସ୍ତ୍ରୀ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣାପଡ଼ିଛି ଯେ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗୁଥିଲା।

କହି ରଖୁଛୁ, ଦିଲ୍ଲୀରେ ଲଗାତାର ଭାବେ ବିଭିନ୍ନ ଆପରାଧିକ ମାମଲା ସାମ୍ନାକୁ ଆସୁଛି। ଏଥି ପୂର୍ବରୁ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ୬ ଥର ଛୁରୀରେ ଆକ୍ରମଣ କରିଥିଲେ। ପ୍ରେମିକା ବ୍ରେକ୍‌ଅପ କରିଦେବାରୁ ଯୁବକ ଏଭଳି କାଣ୍ଡ ଘଟାଇଥିଲେ। ଏଥିରେ ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.