ଇଜ୍ଜତ ପାଇଁ ବଦ୍‌ଲା ନେଲା ନାବାଳିକା: ପୁଅ କରିଥିଲା ଦୁଷ୍କର୍ମ, ମା’କୁ ଗୁଳିକଲା ପୀଡିତା

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଲିଭ ଇନ ରିଲେସନରେ ଥିବା ପ୍ରେମିକା ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ, ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଯୁବତୀଙ୍କୁ ଘୋଷାଡି ମାରିବା ଏବଂ ତା’ ପରେ ସ୍ୱିଗୀ ବଏଙ୍କୁ ଘୋଷାଡି ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ପରେ ପୁଣି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଉତ୍ତର ପୂର୍ବ ଦିଲ୍ଲୀର ଭଜନପୁରାରେ ୧୬ ବର୍ଷୀୟ ଯୁବତୀ ଜଣେ ମହିଳାଙ୍କୁ ଗୁଳିମାରି ହତ୍ୟା ଉଦ୍ୟମ କରିଛନ୍ତି । ଘଟଣା ପରେ ନାବାଳିକାକୁ ଗିରଫ କରିଛି ପୋଲିସ।

ପୋଲିସ ମୁତାବକ, ନାବାଳିକା ଜଣକ ଗତବର୍ଷ ୫୦ ବର୍ଷୀୟ ମହିଳାଙ୍କ ୨୫ ବର୍ଷୀୟ ପୁଅ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଏବେ ସେହି ଯୁବକ ଜଣକ ଜେଲରେ ସଜା କାଟୁଛନ୍ତି । ପୋଲିସ ଏହି ମାମଲାରେ ଅଧିକ ଯାଞ୍ଚ କରୁଛି । ଶନିବାର ସନ୍ଧ୍ୟାରେ ଭଜନପୁରାର ଘୋଡା ଅଞ୍ଚଳରେ ଗୁଳିକାଣ୍ଡ ହୋଇଥିବା ଘଟଣା ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲା, କି ଜଣେ ମହିଳାଙ୍କ ଜଣେ ନାବାଳିକା ଗୁଳି ମାରିଛନ୍ତି । ଘଟଣା ପରେ ପୀଡିତାଙ୍କୁ ସ୍ଥାନୀୟ ଲୋକେ ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏବେ ମହିଳାଙ୍କ ଅବସ୍ଥା ଭଲ ରହିଛି ।

ମହିଳା ଜଣକ ଗ୍ରାଉଣ୍ଡ ଫ୍ଲୋରରେ ଭଡାରେ ଦୋକାନ କରିଛନ୍ତି। ଦୋକାନରେ ଥିବା ବେଳେ ମହିଳା ଜଣକ ପାଖକୁ ନାବାଳିକା ଜଣକ ଆସି ଗୁଳି ମାରିବା ପରେ ଫେରାର ହୋଇଯାଇଥିଲେ। ପୋଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ନାବାଳିକାକୁ ଗିରଫ କରିଛି ।

ସୂଚନା ମୁତାବକ, ୨୦୨୧ରେ ଗୁଳିର ଶିକାର ହୋଇଥିବା ମହିଳାଙ୍କ ପୁଅ ଗୁଳି ମାରିଥିବା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଆଉ ନାବାଳିକା ଏହାକୁ ନେଇ ରାଗରେ ଥିଲେ । ତେଣୁ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ଚାଲିଛି । ଏହି ଅଭିଯୋଗରେ ଆଇପିସି ଧାରା ୩୨୮/୩୭୬ ଏବଂ ୪ ପୋକ୍ସୋ ଆକ୍ଟ ଅଧିନରେ ମାମଲା ଦାଏର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.