Below header

ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି PLA ଏବଂ MNPF ର ହାତ, ସର୍ଚ୍ଚ ଅପରେସନ ଜୋରଦାର

ମଣିପୁରରେ ଆସାମ ରାଇଫଲ୍‌ସ ଉପରେ ଭୟଙ୍କର ଆକ୍ରମଣ। ଆଇଇଡି ବ୍ଲାଷ୍ଟରେ ଜଣେ କମାଣ୍ଡିଂ ଅଫିସରଙ୍କ ସହ ଅନ୍ୟ ୪ ଯବାନ ସହିଦ । କମାଣ୍ଡିଂ ଅଫିସରଙ୍କ ବିପ୍ଳବ ତ୍ରିପାଠୀଙ୍କ ସହ ତାଙ୍କ ପତ୍ନୀ ଅନୁଜା ଓ ୮ବର୍ଷର ପୁଅ ଆଶିଷ ବି ଏଥିରେ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ପଛରେ ମଣିପୁରର ଉଗ୍ରବାଦୀ ସଂଗଠନ ପିପୁଲ୍‌ସ ଲିବରେସନ ଆର୍ମୀ-PLA ଏବଂ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ MNPF ର ହାତ ଥିବା ଜଣାପଡ଼ିଛି । ଉଭୟ ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି। ଏହି ଦୁଇ ଆତଙ୍କବାଦୀ ସଂଗଠନ ମିଳିତ ଭାବେ ଆମ୍ବୁସ କରିଥିଲେ।

ଆଇଇଡି ବିସ୍ଫୋରଣ କରିବା ସହ ଦୁଇପଟୁ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ମାଡ କରିଥିଲେ। ଆତଙ୍କବାଦୀଙ୍କୁ କାବୁ କରିବା ନେଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମିଆଁମାର ସୀମାନ୍ତ ଉପରେ କଡ଼ା ନଜର ରଖାଯାଇଛି।

ସୂଚନାଯୋଗ୍ୟ, ମଣିପୁର ଚୁରାଚାନ୍ଦପୁର ଜିଲ୍ଲା ଏସ ସେହକେନ ଗାଁ ନିକଟରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ। ଆସାମ ରାଇଫଲସ୍‌ରେ କମାଣ୍ଡିଂ ଅଫିସର ଥିଲେ ବିପ୍ଳବ ତ୍ରିପାଠୀ । ବିସ୍ଫୋରଣରେ ୪ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀ ଓ କ୍ୱିକ ଆକ୍ସନ ଟିମ୍‌ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଆତଙ୍କୀଙ୍କୁ ଦୃଢ଼ ଜବାବ ଦିଆଯିବାକୁ ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଅପରେସନ ଆରମ୍ଭ କରିଥିବା ସେ କହିଛନ୍ତି। ପ୍ରଥମେ ଆଇଇଡି ବିସ୍ଫୋରଣ ପରେ ଆଖିବୁଡା ଗୁଳିମାଡ କରିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନୂଆଯିବ ବୋଲି ସୂଚନା ମିଳିଛି ।

ପିପଲ୍ସ ଲିବରେସନ ଆର୍ମିର ଗଠନ ୧୯୭୮ ମସିହାରେ ହୋଇଥିଲା । ଭାରତ ସରକାର ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା ମଧ୍ୟ କରିଛନ୍ତି । ଅତୀତରେ ଭାରତୀୟ ସୁରକ୍ଷା ବଳ ଉପରେ ଅନେକ ଥର ଏହିପରି ଆକ୍ରମଣ ମାନ ଅନେକ ଥର ମଧ୍ୟ କରାଯାଇଛି । ବିଶ୍ୱେଶ୍ୱର ନାମକ ଜଣେ ବ୍ୟକ୍ତି ଏହାର ଗଠନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.