BHEL ରେ ଖାଲିପଡିଛି ୟଙ୍ଗ ପ୍ରଫେସନାଲ ପଦବୀ, ମ୍ୟାନେଜମେଣ୍ଟ କରିଥିବା ପ୍ରାର୍ଥୀଙ୍କୁ ମିଳୁଛି ଅଗ୍ରାଧିକାର

ସରକାରୀ ଚାକିରି କରିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ। ଆଉ ଏଥିପାଇଁ ପ୍ରାର୍ଥୀ ମଧ୍ୟ ଅନେକ ଚେଷ୍ଟା ମଧ୍ୟ କରନ୍ତି। ଯଦି ଆପଣ ଏମିତି ଇଚ୍ଛା ରଖିଥାନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ପକ୍ଷରୁ ମ୍ୟାନେଜମେଣ୍ଟରେ ଡିପ୍ଲୋମା ଏବଂ ଡିଗ୍ରୀ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.bhel.com/ କୁ ଯାଇ କ୍ଲିକ କରିପାରିବେ। ଏହାଛଡା ..ଲିଙ୍କ ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ପଢିପାରିବେ।

ପଦବୀ ବିବରଣୀ: ୧୦

ୟଙ୍ଗ ଫ୍ରଫେସନାଲ୍ସ

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ପର୍ଯ୍ୟନ୍ତ BHEL ହରିଦ୍ବାରର ଅଧିକାରକ ୱେବସାଇଟ hwr.bhel.com କୁ ଯାଇ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ମ୍ୟାନେଜମେଣ୍ଟରେ ୨ ବର୍ଷର ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କରିଥିବା ଜରୁରୀ। କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଇଂଜିନିୟରିଂ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ମିଳିବ ସୁଯୋଗ।
ନଚେତ୍‌ କୌଣସି IIMsରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ।

ଅଭିଜ୍ଞତା: ଆବେଦନକାରୀ ପାଖାପାଖି ୨ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୩୦ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା: ଆବେଦନକାରୀ ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟ କରାଯାଇ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

କେମିତି କରିବେ ଆବେଦନ: ଏହି ପଦବୀ ପାଇଁ ଇଚ୍ଛୁକ bhel ର ଅଫିସିଆଲ ୱେବସାଇଟକୁ ଯାଇ ୩୦ ନଭେମ୍ବର ମଧ୍ୟରେ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

https://careers.bhel.in/bhel/static/Advt_YP_CE09_2021.pdf

Leave A Reply

Your email address will not be published.