Below header

ମଣିପୁରରେ ପୁଣି ହିଂସା, ୯ ମୃତ ଏବଂ ୧୦ ଆହତ

ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମଣିପୁରର ଖମେନଲୋକ ଅଞ୍‌ଚଳରେ ହିଂସା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।

ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମଣିପୁରର ଖମେନଲୋକ ଅଞ୍‌ଚଳରେ ହିଂସା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।

ଖବର ମୁତାବକ, ମଙ୍ଗଳବାର ଦିନ ଗୋଳାବର୍ଷଣ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାସହିତ ଖମେନଲୋକର ଗାଁରେ ମଧ୍ୟ ଅନେକ ଘରେ ନିଆଁ ଲାଗିଛି ।

ମଣିପୁରରେ ହିଂସା ଥମିବା ନାଁ ଧରୁ ନ ଥିବାରୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ସେନା ଓ ଅର୍ଦ୍ଧ ସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ଗସ୍ତ କରି ଶାନ୍ତ ସ୍ଥାପନ ନିମନ୍ତେ ବିଭିନ୍ନ ପଦକ୍ଷେପ ଉଠାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସୁନି।

ଦୀର୍ଘଦିନ ଧରି ରାଜ୍ୟରେ ହିଂସାକାଣ୍ଡ ଲାଗି ରହିବା ପରେ ତାହା ପ୍ରଶାସନ ପାଇଁ ଚିନ୍ତା କାରଣ ପାଲଟିଛି । ଏହା ମଧ୍ୟରେ ଗତ ମାସ ୩୦ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାର ପୀଡ଼ିତଙ୍କ ପାଇଁ ସମାନ କ୍ଷତିପୂରଣ ପ୍ରଦାନ କରିଥିଲେ । ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହିତ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ଏକ ମାସ ହେବ ମଣିପୁରୀ ଓ କୁକି ଜନଜାତି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଏହି ହିଂସାକାଣ୍ଡ ବନ୍ଦ କରାଇ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚାଲିଥିବା ପ୍ରଚେଷ୍ଟା ପ୍ରତି ଗତ ରାତିର ଘଟଣା ପୁଣି ଅସୁବିଧା ସୃଷ୍ଟି କରିଛି। ଫଳରେ ଇମ୍ଫାଲ୍‌ରେ କୋହଳ କରାଯାଇଥିବା କର୍ଫ୍ୟୁ କୋହଳ ସମୟ ସୀମା ପୁଣି କଠୋର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.