ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ବିଜେଡିର ଗର୍ଜନ, ରାସ୍ତାରେ ଚୁଳି ଜାଳି ପ୍ରତିବାଦ କଲେ ମହିଳା ନେତ୍ରୀ

ଭୁବନେଶ୍ୱର ରାଜଭବନ ଆଗରେ ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ରାସ୍ତାରେ ଚୁଳି ଜାଳି ଧାରଣା ଦେଲେ ମହିଳା ନେତ୍ରୀ । ଦଳ ଅଭିଯୋଗ କରିଛି, ଖାଉଟିଙ୍କୁ ନୟାନ୍ତ କଲାଣି ଗ୍ୟାସ ଦର ବୃଦ୍ଧି । ୧୧ ଶହ ଛୁଇଁଲାଣି ଦାମ । ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହେଉଛି ।

ଭୁବନେଶ୍ୱର (କେନ୍ୟୁଜ): ଗ୍ୟାସ୍‌ ଦର ବୃଦ୍ଧିର ପ୍ରତିବାଦ । ରାସ୍ତାରେ ଚୁଳି ଜାଳି ଧାରଣା । ଭୁବନେଶ୍ୱର ରାଜଭବନ ଆଗରେ ଏମିତି ପ୍ରତିବାଦ କରିଛି ବିଜେଡି । ଦଳ ମହିଳା ନେତ୍ରୀମାନେ ରାସ୍ତାରେ ଚୁଲି ଜାଳିଛନ୍ତି । ଏହାପୂର୍ବରୁ ଏକ ଶୋଭାଯାତ୍ରାରେ ବାହାରି ସେମାନେ ରାଜଭବନ ଆଘରେ ପହଞ୍ଚିଥିଲେ । ଦଳ ଅଭିଯୋଗ କରିଛି, ଖାଉଟିଙ୍କୁ ନୟାନ୍ତ କଲାଣି ଗ୍ୟାସ ଦର ବୃଦ୍ଧି । ୧୧ ଶହ ଛୁଇଁଲାଣି ଦାମ । ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହେଉଛି ।

ଦର ହ୍ରାସ ପାଇଁ ବାରମ୍ବାର ଦାବି କରାଗଲେ ବି କେନ୍ଦ୍ର ସରକାର ନିରବ । ଉଜ୍ଵଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି । ୨୦୧୪ରେ ଗ୍ୟାସ୍‌ ଦର ୪୦୦ ଟଙ୍କା ଥିଲା । ଏବେ ୧୧ଶହ ଟଙ୍କା ପାର କଲାଣି । ୯ ବର୍ଷରେ ଗ୍ୟାସ ଦର ପ୍ରାୟ ତିନିଗୁଣା ବଢ଼ିଲାଣି । ଦର ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରାଯାଉ । ନହେଲେ ଆଗାମୀ ଦିନରେ ବିଜେଡି ରାଜ୍ୟର ସବୁ ଆରଡିସିଠୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ ଆନ୍ଦୋଳନ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.