ଗିରଫ ହେବା ପରେ କାନ୍ଦି କାନ୍ଦି ଗଡିଗଲେ ଶକ୍ତି ମନ୍ତ୍ରୀ, ଇଡି ଗିରଫ କରିବା ପରେ କରିଥିଲେ ହାଇଡ୍ରାମା
ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍ ବାଲାଜୀଙ୍କୁ ଇଡି ଗିରଫ କରିବା ପରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗିରଫ ହେବା ପରେ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ସହିତ କାନ୍ଦି କାନ୍ଦି ଗଡିଗଲେ ।
ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍ ବାଲାଜୀଙ୍କୁ ଗିରଫ କରିଛି ଇଡି। ଗିରଫ ହେବା ପରେ ଶକ୍ତିମନ୍ତ୍ରୀଙ୍କର ହାଇଡ୍ରାମା ଦେଖିବାକୁ ମିଳିଛି । କ୍ୟାସ୍ ଫର ଜବ୍ ସ୍କାମରେ ମନ୍ତ୍ରୀଙ୍କୁ ଇଡି ଗିରଫ କରିବା ପରେ ହଠାତ୍ ଛାତି ଯନ୍ତ୍ରଣା ଅଭିଯୋଗ କରିବା ସହ ମନ୍ତ୍ରୀ ଗାଡ଼ିରେ କାନ୍ଦି କାନ୍ଦି ଗଡ଼ିଗଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ଗତକାଲି ଇଡି ସେନଥିଲ୍ ବାଲାଜୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେହି ସମୟରେ ମନ୍ତ୍ରୀ ନିଜ ବାସଭବନରେ ଉପସ୍ଥିତ ଥିଲେ। ଅପରାହ୍ନରେ ଗିରଫଦାରୀ ହେବା ନେଇ ମନ୍ତ୍ରୀ ଆଭାସ ପାଇବା ପରେ ଛାତି ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଚେନ୍ନାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିପାଇଁ ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
#WATCH | Tamil Nadu Electricity Minister V Senthil Balaji breaks down as ED officials took him into custody in connection with a money laundering case and brought him to Omandurar Government in Chennai for medical examination pic.twitter.com/aATSM9DQpu
— ANI (@ANI) June 13, 2023
କାର ପଛ ସିଟରେ ବସିଥିବା ଶକ୍ତି ମନ୍ତ୍ରୀ ନିଜର ସମର୍ଥକଙ୍କୁ ଏକତ୍ରିତ ଦେଖି କାନ୍ଦିବାକୁ ଲାଗିଥିଲେ । ଏହାସହିତ ଡିଏମକେ ସାଂସଦ ଏବଂ ଅଭିବକ୍ତା ଏନଆର ଏଲଙ୍ଗୋ କହିଛନ୍ତି, ସେନଥିଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଡାକ୍ତର ତାଙ୍କର ଯାଞ୍ଚ କରୁଛନ୍ତି । ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମତୟନ କରାଯାଇଛି।
ତାମିଲନାଡୁ ସ୍ବାସ୍ଥ୍ରମନ୍ତ୍ରୀ ଏମ ସୁବ୍ରମଣ୍ୟମ ଏବଂ ଖେଳ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶକ୍ତିମନ୍ତ୍ରୀ ଦେଖିବାକୁ ପାଇଁ ହସପିଟାଲରେ ପହଞ୍ଚିଛନ୍ତି ।
ପୂର୍ବରୁ ଏଆଇଡିଏମ୍କେ ଥିବା ବାଲାଜୀ ୨୦୧୧ରୁ ୨୦୧୫ ମଧ୍ୟରେ ବାଲାଜୀ ପରିବହନ ମନ୍ତ୍ରୀ ଥିଲେ। ସେତେବେଳେ ତାଙ୍କ ନାଁରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା।